Advertisment

ଓଡ଼ିଶାରେ ବିଜେପି ହେଭିୱେଟ୍, ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଓଡ଼ିଶା ଆସିବେ । ଗଡ଼କରୀ ପୁରୀ କୃଷ୍ଣପ୍ରସାଦରେ ଜନସଭାରେ ଯୋଗଦେବେ । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ବିଶ୍ବଶର୍ମା ।

ଅଦ୍ୟତନ ହୋଇଛି
Nitin Gadkari to Odisha Visit

BJP heavyweight in Odisha

Advertisment

ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି ନବରଙ୍ଗପୁରର ଏକାଧିକ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସେହିପରି କ୍ୟାମ୍ପେନ୍ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଗଡ଼କରୀ ପୁରୀ ଗସ୍ତରେ ଯାଇ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛ।

Advertisment

ସେହିପରି ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ। ଏହାପରେ ଆସନ୍ତାକାଲି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି ବିଜେପିର କେନ୍ଦ୍ର୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ପ୍ରଚାର ତାତିକୁ ସରଗରମ କରିଛି।

 ସୂଚନା ଅନୁଯାୟୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗତକାଲି କୋରାପୁଟ ଜିଲ୍ଲାର କୁନ୍ଦ୍ରାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିଥିଲେ। ବିଜେଡି ସରକାରକୁ ଟାର୍ଗେଟ୍ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ମୋଦିଙ୍କ ଗତ ୧୦ ବର୍ଷର କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ କହିଥିଲେ। ଓଡ଼ିଶା ସରକାର ଆଦିବାସୀଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛି। ତେଣୁ ଆଦିବାସୀ ମାନେ କେନ୍ଦ୍ରୀୟ ଯୋଜନା ଗୁଡିକର ଲାଭ ପାଇପାରୁ ନଥିବା କହିଥିଲେ ବିଷ୍ଣୁଦେଓ ସାଏ ।

Advertisment

ଅଧିକ ପଢ଼ନ୍ତୁ: ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି

 ସୂଚନା ଅନୁଯାୟୀ ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ କରିଥିଲେ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଥିଲେ ରାଜନାଥ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଥିଲେ ରାଜନାଥ ।

Advertisment

ଗରିବୀକୁ ନେଇ କଂଗ୍ରେସକୁ ନିଶାନା କରିଥିଲେ ରାଜନାଥ ସିଂହ । ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ ।

BJP Nitin Gadkari General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ