Advertisment

BJDର ଚତୁର୍ଥ ପର୍ଯ୍ୟାୟ ତାଲିକା ଘୋଷଣା, କାହାର କଟିଲା ଟିକେଟ ?

ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ।

ଅଦ୍ୟତନ ହୋଇଛି
BJD Candidate

BJD Candidate

Advertisment

ବିଜେଡି ଘୋଷଣା କରିଛି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଆଉ ଏହାରି ଭିତରେ କଟିଲା ନର୍ଲାରୁ ଭୁପିନ୍ଦର ସିଂଙ୍କ ଟିକେଟ୍ । ନର୍ଲାରୁ ମନୋରମା ମହାନ୍ତିଙ୍କୁ ମିଳିଲା ଟିକେଟ୍ । ସେହିଭଳି ସମ୍ବଲପୁରରୁ ରାସେଶ୍ୱରୀଙ୍କୁ ବଦଳାଇଲା ବିଜେଡି । ପାରାଦୀପରୁ ସମ୍ବିତଙ୍କ ବଦଳରେ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ମିଳିଲା ଟିକେଟ୍ । ତେଲକୋଇରୁ ପ୍ରେମାନନ୍ଦ ଦଳ ଛାଡ଼ିବା ପରେ ମାଧବ ସର୍ଦ୍ଦାରଙ୍କୁ ଟିକେଟ୍ ।

Advertisment

ସମ୍ବଲପୁର ବିଧାନସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍ ଦେଇଛି। ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ରିପିଟ୍ କରିଛି ଦଳ। ତାଳଚେରରୁ ପୁଣି ଥରେ ବ୍ରଜ ପ୍ରଧାନପ୍ରାର୍ଥୀ ହୋଇଥିବାବେଳେ ପ୍ରଭୁ ଜାନିଙ୍କୁ ଲକ୍ଷ୍ମୀପୁର, ପାରାଦୀପ ଆସନ ପାଇଁ ସମ୍ବିତ ରାୟତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ, ତେଲକୋଇ ପାଇଁ ମାଧବ ସର୍ଦ୍ଦାରଙ୍କୁ ବିଜେଡି ଟିକଟ ଦେଇଛି।

ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ।

Advertisment

ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲେଶ୍ୱର ଲୋକସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଟିକଟ ଦେଇଛି। ଆଜିର ଏହି ୯ ଜଣଙ୍କୁ ମିଶାଇ ବିଜେଡି ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି। ଆଉ ୩୦ଟି ଆସନ ବାକି ରହିଛି। ତା’ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଜୟପୁର ଏବଂ ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ