Advertisment

କଟକରେ କାନି ଖାଉଛି ବିଜେଡି ଗୁଡ଼ି, ଶଙ୍ଖ ଶିବିର ଛାଡ଼ୁଛନ୍ତି ଜଣକ ପରେ ଜଣେ କଟକିଆ ନେତା

କଟକରେ କାନି ଖାଉଛି ବିଜେଡି ଗୁଡି। ପୁରୁଖା ଓ ଦକ୍ଷ ନେତା ଦଳ ଛାଡୁଛନ୍ତି। ଖୋଜା ଚାଲିଛି ମଙ୍ଗୁଆଳ। ଗତକାଲି ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ରାଜନୀତି ବେଶ ସରଗରମ।

undefined

Cuttack BJD

Advertisment

ଜଣକ ପରେ ଜଣେ କଟକିଆ ନେତା ବିଜେଡି ଛାଡୁଛନ୍ତି। ପ୍ରଥମେ ଅରିନ୍ଦମ ରୟ, ଆଉ ଏବେ ସାଂସଦ ଭର୍ତ୍ତୃହରି ମହତାବ। କଟକରେ ଛିଡୁଛି କି ବିଜେଡି? ଏଠାରେ କିଏ ହେବେ ୨୪ରେ ଦଳର ଚେହେରା ? ସାଂସଦ ଭର୍ତ୍ତୃହରି ମହତାବ ଗତକାଲି ବିଜେଡିକୁ ବାଏ ବାଏ କହି ଦଳ ବିରୋଧରେ ବର୍ଷିଥିଲେ। ୬ ଥରର ସାଂସଦ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭର୍ତ୍ତୃହରି ଦଳ ଛାଡିବା ପରେ କହିଥିଲେ ଦଳ ଯେଉଁ ରାସ୍ତାରେ ଯିବା କଥା ଯାଉନାହିଁ।

Advertisment

ଅନ୍ୟପଟେ ଭର୍ତ୍ତୃହରିଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି ବିଜେଡି। ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି ସେ ସାଂସଦ ଟିକେଟ ନ ମିଳିବା ଜାଣିବା ପରେ ଦଳ ଛାଡିଛନ୍ତି। ତା ସହିତ ୨୪ ନିର୍ବାଚନରେ ଯେ କୌଣସି ଦଳରୁ ଲଢି ନିଜ ଲୋକପ୍ରିୟତା ପ୍ରମାଣିତ କରିବାକୁ ଭର୍ତ୍ତୃହରିଙ୍କୁ ଆହ୍ୱାନ କରିଛନ୍ତି ଦେବାଶିଷ। ଅନ୍ୟପଟେ ବିଜେପି ଓ କଂଗ୍ରେସ କହିଛନ୍ତି କଟକରେ ବିଜେଡି ଦୁର୍ଗ ଭୁଶୁଡୁଛି।

ସେପଟେ ଭର୍ତ୍ତୃହରି ଓ ଅରିନ୍ଦମ ଦଳ ଛାଡିବା ପରେ ବିଜେଡିରେ ଏବେ କଟକିଆ ଚେହେରାର ଘୋର ଅଭାବ। ଟାଣୁଆ ସଂଗଠକ ସୁବାସ ସିଂ ଏବେ କଟକ ମେୟର। ସେହିପରି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ରାଜ୍ୟସଭାକୁ ଯାଇଛନ୍ତି। ଏଭଳି ସ୍ଥଳେ କଟକରେ ବିଜେଡି ପାଇଁ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଯେଉଁଥିପାଇଁ କଟକରେ କିଏ ଲୋକସଭା ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର୍। କିଛିଦିନ ତଳେ କର୍ପୋରେଟ୍ ଜଗତରୁ ଆସି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ର କଟକ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଇଛି। ସେପଟେ ୨୦୧୯ରେ ବିଜେଡି ହାରିଥିବା କଟକ ବାରବାଟୀ ଆସନରେ ପ୍ରାର୍ଥୀ କିଏ ହେବ ତାକୁ ନେଇ ବି ଦଳର ମୁଣ୍ଡ ବିନ୍ଧା ବଢିଛି। ଏଥିପାଇଁ ମେୟର ସୁବାସ ସିଂଙ୍କ ନାଁକୁ ଚର୍ଚ୍ଚା ଚାଲିଛି। ଯଦି ସୁବାସ ନିର୍ବାଚନ ଲଢନ୍ତି, ତାହେଲେ ମେୟର ପ୍ରାର୍ଥୀ କିଏ ହେବେ ତା ବି ଏକ ବଡ଼ ପ୍ରଶ୍ନ।

Advertisment

ଏଣେ ବିଜେପି ବି କଟକ ଲୋକସଭା ସିଟ୍ ଲାଗି କସରତ ଚଳାଇଛି। ପ୍ରଖ୍ୟାତ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ଏଥିଲାଗି ଚର୍ଚ୍ଚା ହେଉଛି। ସେହପରି ବିଜେଡି ଛାଡ଼ିଥିବା ଭର୍ତ୍ତୃହରି ମହତାବ ଯଦି ପଦ୍ମ ଶିବିରରେ ସାମିଲ ହୁଅନ୍ତି, ସେ ବି ରେସରେ ରହିବେ। ଅନ୍ୟପକ୍ଷରେ ଏବେ ଏବେ ବିଜେପି ଶିବିରକୁ ଆସିଥିବା ଅରିନ୍ଦମ ରାୟ, କଟକ-ବାରବାଟୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଦେଖିବାର କଥା ଉଭୟ ବିଜେଡି ଓ ବିଜେପି କଟକ ପାଇଁ କି ରଣନୀତି କରୁଛନ୍ତି ।

Bhartruhari Mahtab General Elections 2024 Arindam Roy Cuttack BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ