Advertisment

ବନ୍ଧ ଭାଙ୍ଗିଲାଣି ବିଜେଡି ବିଦ୍ରୋହ, କଡ଼ା ଚେତାବନୀ ଦେଲେଣି ଅସନ୍ତୁଷ୍ଟ ନେତା

ଏବେ ଗୋଟିଏ ପରେ ଗୋଟିଏ ଜାଗାରେ ଦଳ ଛାଡୁଛନ୍ତି ବିଜେଡି ବିଦ୍ରୋହୀ । ପ୍ରଥମ ପ୍ରାର୍ଥୀ ତାଲିକାରେ ଅଧିକ ନାଁ ନବଦଳିବାରୁ ସବୁଠି ଆଶାୟୀ ଅବୁଝା ।

ଅଦ୍ୟତନ ହୋଇଛି
Odisha Politics, BJD

Odisha Politics, BJD

Advertisment

ସଂଗୀନ ସ୍ଥିତିରେ ବିଜେଡି ବିଦ୍ରୋହ । ବୁଝୁ ନାହାନ୍ତି ବିଦ୍ରୋହୀ। କାମ କରୁନି କୌଣସି ଥୋପ। ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ମହିଧର ରଣାଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ତେଜିଛି ମହିଧର ହଟାଅ ଅଭିଯାନ। ପୂର୍ବରୁ ବାରମ୍ବାର ମହିଧରଙ୍କୁ ପ୍ରାର୍ଥୀ ନକରିବାକୁ ଦାବି ହୋଇ ଆସୁଥିବା ବେଳେ ଦଳ ପୁଣି ଥରେ ତାଙ୍କୁ ଟିକେଟ ଦେବାରୁ ଇସ୍ତଫା ଦେଇଛନ୍ତି ୨୫ ଜଣ ସରପଞ୍ଚ, ସମିତି ସଭ୍ୟ ଆଉ ଦୁଇ ହଜାରରୁ ଅଧିକ କର୍ମୀ। ବନ୍ଧପାଲି ରାମ ମନ୍ଦିରରେ ଏକ ସମାବେଶ କରି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ ସାମୂହିକ ଇସ୍ତଫା ଦେଇଛନ୍ତି।

Advertisment

ସେପଟେ ରାୟଗଡାରେ ବି ଥମୁନି ଅନସୂୟା ମାଝୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ। ଏବେ ବି ବୁଝିବାକୁ ନାରାଜ ଏନ. ଭାସ୍କର ରାଓଙ୍କ ସମର୍ଥକ। ପ୍ରାର୍ଥୀ ବଦଳାଇବା ଦାବିରେ ସାମୂହିକ ଇସ୍ତଫା ଦେଇଥିବା ଗୋଟିଏ ଗୋଷ୍ଠୀ ଖୁବ ଶୀଘ୍ର ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ ପ୍ରଥମ ତାଲିକା ଦେଖି ଆହୁରି ସକ୍ରିୟ ହୋଇଛନ୍ତି ବିଦ୍ରୋହୀ ଗ୍ରୁପ୍ । ଆଜି ନବୀନ ନିବାସ ଆଗରେ ପହଞ୍ଚିଥିଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ବିରୋଧୀ ଗୋଷ୍ଠୀ। ଯୁବ ନେତା ସଞ୍ଜୀବ ବିଶ୍ୱାଳ ଶହ ଶହ ସମର୍ଥକଙ୍କୁ ଧରି ଟିକେଟ ପାଇଁ ଦାବି କରିଥିଲେ । ସେହିପରି ଖଲ୍ଲିକୋଟରେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବଦଳାଇ ନୂଆ ଚେହେରା ଆଣିବାକୁ ଦାବି କରିଛନ୍ତି ସୁଜ୍ଞାନ ସେନା।

Advertisment

ଅନ୍ୟପଟେ ହେଭିୱେଟ ପଦ୍ମନାଭ ବେହେରାଙ୍କ ସିଟ୍ ବୀରମହାରାଜପୁରରେ ବି ବିଦ୍ରୋହ । ପଦ୍ମନାଭଙ୍କ ବିରୋଧରେ ଟିକେଟ ଆଶାରେ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ଆସୁଛନ୍ତି ନାରାୟଣ ଲୁହା। ଏପଟେ ରାଜଧାନୀରେ ଏକାମ୍ର ରାଜନୀତି ବି ତେଜିଛି। ବାରମ୍ବାର ବୁଝାଇବା ସତ୍ତ୍ୱେ ବୁଝୁ ନାହନ୍ତି ଟିକେଟ ଆଶାୟୀ ବିରଞ୍ଚି ମହାସୁପକାର। ଉତ୍କଳ ଦିବସ ଆଢୁଆଳରେ ଆଜି ବଡ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିରଞ୍ଚି ।

ଚର୍ଚ୍ଚା ହେଉଛି ବିଦ୍ରୋହ ବଢିବା କାରଣରୁ ଟିକେଟ ଅଙ୍କ ଏବେ ଗୋଳିଆ ହେବାରେ ଲାଗିଛି। କିନ୍ତୁ ବିଜେଡି ନେତାଙ୍କ କହିବା କଥା ବିଦ୍ରୋହ ଆଉ ବିରୋଧକୁ ମ୍ୟାନେଜ କରିପାରିବ ଦଳ।

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ