Advertisment

ହଟହଟା ହେଲେ ପ୍ରସନ୍ନ ! ପ୍ରଚାର ବେଳେ ବିଜେଡି ନେତାଙ୍କୁ ହିସାବ ମାଗୁଛନ୍ତି ଜନତା...

ଭିଡିଓରେ ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ଜବାବ ମାଗୁଛନ୍ତି। ୨୫ ବର୍ଷରେ କ’ଣ କରିଛ ବୋଲି ଲୋକେ ପଚାରୁଥିବା ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
BJD Prasanna Acharya Faces Public Questions During campaign

Prasanna Acharya

Advertisment

ନିର୍ବାଚନ ପ୍ରଚାର ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧ। ସମ୍ବଲପୁର ଲୋକସଭା ଅଧୀନ ରେଢାଖୋଲରେ ନିର୍ବାଚନ ପ୍ରଚାର କରିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ। ରେଢାଖୋଲର କୁକୁଡ଼ାବାହାଳି ପଞ୍ଚାୟତର ସାନ ନୂଆପଡ଼ା ଓ ବଂଶାଜାଳ ଗାଁରେ ପ୍ରଚାରକୁ ଯାଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଛି।

Advertisment

ଭିଡିଓରେ ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ଜବାବ ମାଗୁଛନ୍ତି। ୨୫ ବର୍ଷରେ କଣ କରିଛ ବୋଲି ଲୋକେ ପଚାରୁଥିବା ଦେଖିବାକୁ ମିଳୁଛି। 

ତେବେ କେବଳ ପ୍ରସନ୍ନ ଆଚାର୍ଯ୍ୟ ନୁହନ୍ତି ଏଥର ଅନେକ ବିଜେଡି ନେତା ପ୍ରଚାର ବେଳେ ହଟହଟା ହୋଇଛନ୍ତି । ପ୍ରଚାର ବେଳେ ତାଙ୍କୁ ଲୋକେ ରାସ୍ତାରେ ଅଟକାଇ ୫ ବର୍ଷର ହିସାବ ମାଗିଛନ୍ତି । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର । ପ୍ରଚାର ବେଳେ ସିଧା ଗାଡି ଅଟକାଇ ପ୍ରଶ୍ନ କରୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’

କବିସୂର୍ଯ୍ୟନଗର ବିଧାନସଭାରେ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନଙ୍କ ରାଲିରେ ମଧ୍ୟ ଘଟିଛି ଏଭଳି ଘଟଣା । ବେଗୁନିଆପଡ଼ାଠାରେ ଲତିକାଙ୍କ ରାଲି ଅଟକାଇ ପ୍ରଶ୍ନ କରିଥିଲେ ସ୍ଥାନୀୟ ମହିଳା । କାହିଁକି ପାଇପରେ ଆସୁଥିବା ପାଣିରେ ପୋକ ରହିଛି ପଚାରିଥିଲେ । ହେଲେ ବିଧାୟିକା ଶୁଣିବେ କଣ, ଗାଡି ଆଗକୁ ଯାଇ ଅଭିଯୋଗ କରିବାରୁ ଉତ୍ତ୍ୟକ୍ତ ହୋଇ ପ୍ରଶ୍ନ କରିଥିବା ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ ବିଧାୟିକାଙ୍କ ସମର୍ଥକ ।

Advertisment

ଗାଳିଗୁଲଜ ସହ ମାଡ଼ ମାରିଥିଲେ, ଫଳରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ଉଭୟ ମହିଳା । ସବୁଠୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଚମ୍ପୁଆଠାରେ । ପୂର୍ବତନ ବିଧାୟକ ତଥା ଏବେର ବିଜେଡି ପ୍ରାର୍ଥୀ ସନାତନ ମହାକୁଡଙ୍କୁ ବିରୋଧ କରି ଜୋତାମାଳ ପିନ୍ଧାଇଥିଲେ ଲୋକେ । ମିରିଗିସିଂଘାଠାରେ ଗ୍ରାମବାସୀମାନେ ସନାଙ୍କୁ ବିରୋଧ କରି ଏମିତି କରିଥିବା କୁହାଯାଉଛି ।

ଗଞ୍ଜାମ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । କଞ୍ଚଣା ପଞ୍ଚାୟତ ଠାରେ ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ପ୍ରଚାର ଗାଡି ଅଟକାଇ ଘେରିଥିଲେ ପଞ୍ଚାୟତ ବାସୀ । ପାଣି, ରାସ୍ତା, ପୋଖରୀ ସମସ୍ୟା କଥା ଉଠାଇ ପ୍ରଶ୍ନ ବାଣରେ ବୈଦ୍ୟଙ୍କୁ ଘାଇଲା କରିଥିଲେ। ପୂରା ହଟହଟ୍ଟା ସ୍ଥିତି ସୃଷ୍ଟି ହୋଇଥିଲା । ପରଜଙ୍ଗରେ ବି ବରିଷ୍ଠ ନେତା ତଥା ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଥିଲେ ଖୋଦ୍ ବିଜେଡି କର୍ମୀ ।

ଏମିତିକି ପଞ୍ଚାୟତରେ ପଶିବାକୁ ବାରଣ କରିଥିଲେ । ଖାଲି ନେତାଙ୍କ ବିରୋଧ ନୁହେଁ, ନିର୍ବାଚନୀ ହିଂସା ବି ତେଜିଲାଣି । ରାଜଧାନୀ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କ ଉପରକୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ କରି କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

BJD BJP Congress Odisha Election Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ