Advertisment

ମିଳିଲାନି ବିଜେଡି ଟିକେଟ୍‌, ସମର୍ଥକଙ୍କ ଆଗରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ

ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ ଆଲୋଚନା କରିଥିଲେ ଦ୍ୱନ୍ଦ୍ୱ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଜର ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି କହିଛନ୍ତି।

BJD Ticket Aspirants

BJD Ticket Aspirants

Advertisment

ବିଜେଡି ଟିକେଟ ନ ମିଳିବାରୁ ନିଜ ସମର୍ଥକଙ୍କ ଗହଣରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଘୋଷଣା ସରିଥିବା ବେଳେ ଆଶାୟୀ ଥିବା ଯୁବନେତା ସଞ୍ଜୀବ ବିଶ୍ୱାଳ ଏକ ବୈଠକ କରିଥିଲେ । ସେମାନଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି କହିଥିଲେ। ଏଥିସହ ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ।

Advertisment

ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ ଆଲୋଚନା କରିଥିଲେ ଦ୍ୱନ୍ଦ୍ୱ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଜର ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି କହିଛନ୍ତି।

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ବାଲିକୁଦା-ଏରସମା ଆସନ ପାଇଁ ବିଜେଡି ବିଧାୟକ ରଘୁନନ୍ଦନ ଦାସଙ୍କ ବଦଳରେ ସାରଦା ଜେନାଙ୍କୁ ଟିକେଟ୍ ଦେଇଥିଲା। ସାରଦାଙ୍କୁ ଟିକେଟ୍‌ ଦେବା ପରେ ବାଲିକୁଦା-ଏରସମା ଆସନରେ ଦେଖିବାକୁ ମିଳିଥିଲା ତୀବ୍ର ଅସନ୍ତୋଷ । ଟିକେଟ କଟିବା ପରେ ବିଜେଡି ଉପରେ ବର୍ଷିଥିଲେ ରଘୁନନ୍ଦନ । ଟିକେଟ କଟିବା ଏକ ଚକ୍ରାନ୍ତ ବୋଲି କହିଥିଲେ ବିଧାୟକ ରଘୁନନ୍ଦନ ଦାସ । କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ । ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା । ସେଥିପାଇଁ ମୋତେ ଟିକେଟ ନଦେଇ ସାରଦା ଜେନାଙ୍କୁ ଦେଲେ । ମୁଁ ଅସୁସ୍ଥ ଥିବା ବେଳେ କୁଚକ୍ରୀ ଗୋଷ୍ଠୀ ଏମିତି ହାୱା ସୃଷ୍ଟି କରିଛନ୍ତି ।

Advertisment

ମୁଁ ତ ଏବେ ସୁସ୍ଥ, କିନ୍ତୁ ବହୁତ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି । ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି । ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ ଟିକେଟ ମିଳିନି ବୋଲି କହିଥିଲେ ରଘୁନନ୍ଦନ । ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି । ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି । ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି ବୋଲି କହିଛନ୍ତି ରଘୁନନ୍ଦନ ।

ତେବେ କେବଳ ସଞ୍ଜୀବ ବିଶ୍ୱାଳ ନୁହଁନ୍ତି ଟିକେଟ୍ ନ ମିଳିବାରୁ ଭୋ ଭୋ ହେଇ କାନ୍ଦିଥିଲେ ବାଲେଶ୍ୱର ରେମୁଣାରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଚନ୍ଦନ ମାଲିକ । ତେବେ ଏଠୁ ଦଳ ବିଦ୍ୟାସ୍ମିତା ମହାଳିକଙ୍କୁ ପ୍ରାର୍ଥୀ କରିବା ପରେ ସେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗଣମାଧ୍ୟମ ସମ୍ମୁଖରେ ସମର୍ଥକଙ୍କୁ ସମ୍ବୋଧନ କଲା ବେଳେ କାନ୍ଦି କାନ୍ଦି ନିଜ କ୍ଷୋଭ ପ୍ରକାଶ କରିଥିଲେ । ଦଳ ପାଇଁ ବହୁତ କାମ କରିଥିଲି, ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।

Advertisment
BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ