ଦାମଙ୍କୁ ହଟାଇ ଲଗାଇଥିଲେ ପାଣ୍ତିଆନଙ୍କ ଫଟୋ, ଫେକ୍ ବୋଲି ଦର୍ଶାଇଲେ ରାଜା ସ୍ୱାଇଁ

ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇରାଲ ଫଟୋକୁ ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା । ଯେଉଁ ଫଟୋରେ ବିଜେଡି ନେତା ଭିକେ ପାଣ୍ଡିଆନ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି ।

Odisha Election

ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇରାଲ ଫଟୋକୁ ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା । ଯେଉଁ ଫଟୋରେ ବିଜେଡି ନେତା ଭିକେ ପାଣ୍ଡିଆନ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ସେହି ଫଟୋକୁ ଫେକ୍ ବୋଲି ଦର୍ଶାଇଛନ୍ତି ରାଜା ସ୍ୱାଇଁ । ନିଜର ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ Xରେ ୨ଟି ଫଟୋକୁ ପୋଷ୍ଟ କରିଛନ୍ତି ରାଜା ।

ଗୋଟିଏ ହେଉଛି ଦିବଙ୍ଗତ ନେତା ଦାମୋଦର ରାଉତ ଆଶୀର୍ବାଦ କରୁଥିବା ଫଟୋ । ଯେଉଁ ଫଟୋଟି ଅସଲି । କିନ୍ତୁ ଫେକ୍ ଫଟୋରେ ଦାମଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଫଟୋକୁ ଯୋଡ଼ାଯାଇଛି । ଏନେଇ ରାଜା ଲେଖିଛନ୍ତି, କିଛି ଦୁର୍ବୃତ୍ତ ସୋସିଆଲ୍ ମିଡ଼ିଆରେ ଏଭଳି ଏକ ଫେକ୍ ଫଟୋକୁ ଭାଇରାଲ୍ କରି ଚାଲିଛନ୍ତି । ଏଭଳି ମିଥ୍ୟା ଖବରଠାରୁ ଦୂରେଇ ରୁହନ୍ତୁ ।

ଅଧିକ ପଢ଼ନ୍ତୁ: ପ୍ରଦୀପଙ୍କୁ ମାଡ଼ମାରି ଗିରଫ ହେଲେ ଶିବଶଙ୍କର; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ପତ୍ନୀ ସୁଜାତା

ଏହାକୁ ଫରୱାର୍ଡ କରିବା ପୂର୍ବରୁ ଏହାର ଉତ୍ସକୁ ଯାଞ୍ଚ କରନ୍ତୁ ବୋଲି ନିବେଦନ କରିଛନ୍ତି ରାଜା ସ୍ୱାଇଁ । ତା’ସହ ଫେକ୍ ଫଟୋକୁ ଭାଇରାଲ୍ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି । ଗତ କିଛିଦିନ ତଳେ ଏପରି ନକଲି ଫଟୋ ଓ ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ନିର୍ବାଚନକୁ ଗୋଳିଆ କରିବାରେ ସାହାଯ୍ୟ କରୁଛି ଡିପଫେକ୍‌ ବିଷୟବସ୍ତୁ ।

ଏନେଇ ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ ମଧ୍ୟରେ ଆଲୋଚନା ହୋଇଥିଲା । ଅନ୍ୟପଟେ କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ରିପୋର୍ଟ ଅନୁଯାୟୀ ୭୫ ପ୍ରତିଶତ ଭାରତୀୟ ଡିପଫେକ ବିଷୟବସ୍ତୁର ସମ୍ମୁଖୀନ ହେଉଛନ୍ତି । ଡିପଫେକ୍‌ରେ ପ୍ରସ୍ତୁତ ବିଷୟବସ୍ତୁ ଏତେ ବାସ୍ତବ ଲାଗୁଛି ଯେ କେହି କହିପାରିବେନି ଯେ ଏହା ମିଛ ବୋଲି ।

ବର୍ତ୍ତମାନ ଲୋକସଭା ନିର୍ବାଚନ ସାଙ୍ଗକୁ କ୍ରିକେଟ ଫଟାଫଟ ଆଇପିଏଲ୍ ମଧ୍ୟ ଚାଲିଛି। ଏପରି ସ୍ଥିତିରେ ଲୋକମାନେ ଅଧିକ ମାତ୍ରାରେ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି । ଅନେକ ଭାରତୀୟ ନକଲି ଓ ପ୍ରକୃତ ବିଷୟବସ୍ତୁ କ’ଣ ତାହା ଜାଣିବାକୁ ସକ୍ଷମ ହେଉନାହାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜିର ଅତ୍ୟାଧୁନିକତା ଯୋଗୁ ସେମାନେ ସତ-ମିଛ ଦ୍ୱନ୍ଦ୍ୱରେ ରହୁଛନ୍ତି । McAfee ଅନୁଯାୟୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଆମୀର ଖାନ ଓ ରଣବୀର ସିଂହଙ୍କ ସହ ସମ୍ପୃକ୍ତ ଘଟଣାଗୁଡ଼ିକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଭାରତୀୟମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ: DJ ସାଉଣ୍ଡରେ ହୁଡ଼ିଲେ ମହୁମାଛି, BJD ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ !