Advertisment

ବିଜେଡି ଖେଳିଲା ମହିଳା କାର୍ଡ; ଷଷ୍ଠ ପର୍ଯ୍ୟାୟରେ ୪ ମହିଳାଙ୍କ ନାଁ, କଟିଲା ୫ ବିଧାୟକଙ୍କ ଟିକେଟ୍

ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ । ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି।

undefined

BJD Ticket tension

Advertisment

ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଟିଲା ୫ ବିଧାୟକଙ୍କ ଟିକେଟ। ଅମର, ଶଶୀ ଓ ଭାଗୀରଥିଙ୍କ ଭଳି ବରିଷ୍ଠ ନେତା ପଡିଲେ ବଳି । ବିଜେଡି ଘୋଷଣା କରିଥିବା ୯ ପ୍ରାର୍ଥୀଙ୍କ ଭିତରୁ ୫ ଜଣ ବିଧାୟକଙ୍କ ଟିକେଟ କଟିଛି । ବଡ଼ଚଣାରୁ ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଉପରେ ଦଳ ଏଥର ଭରସା କରିପାରିନି । ସେହିପରି ୨୦୧୯ରେ ଶେଷ ଟିକଟ ପାଇଥିବା ବିଧାୟକ ଶଶିଭୂଷଣ ବେହେରାଙ୍କର ବି କେନ୍ଦ୍ରାପଡ଼ା ଟିକଟ କଟିଛି । ତାଙ୍କ ସ୍ଥାନରେ କଂଗ୍ରେସରୁ ଆମଦାନୀ ହୋଇଥିବା ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ। ଆନନ୍ଦପୁରର ଦୁଇ ଥରର ବିଧାୟକ ଭାଗୀରଥି ସେଠୀଙ୍କ ଟିକେଟ ବି କାଟିଛନ୍ତି ନବୀନ। ତାଙ୍କ ସ୍ଥାନରେ ନୂଆ ମୁହଁ ଭାବେ ଅଭିମନ୍ୟୁ ସେଠୀଙ୍କୁ ଦଳ ଟିକେଟ ଦେଇଛି ।

Advertisment

ସେହିପରି ମିନାକ୍ଷୀ ମହନ୍ତଙ୍କ ବଦଳରେ ଚମ୍ପୁଆ ସିଟରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ହାଇପ୍ରୋଫାଇଲ୍ ଲିଡର ସନାତନ ମହାକୁଡ଼। ବିବାଦରେ ଛନ୍ଦି ହୋଇଥିବା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟକୁ ମଧ୍ୟ ସୁପ୍ରିମୋ କାଟିଛନ୍ତି। ସିମୁଳିଆରେ ଟିକେଟ ପାଇଛନ୍ତି ସୁଭାଷିନୀ ସାହୁ। ସେପଟେ ବିଜେଡିରୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବହିଷ୍କାର ହୋଇଥିବାରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ପତ୍ରିପାଳ ପଞ୍ଚାୟତର ସରପଞ୍ଚ ବିଦ୍ୟାସ୍ମିତା ମହାଳିକ । ଟିକେଟ ପାଇଥିବା ପ୍ରାର୍ଥୀ ଖୁସି ଥିବାବେଳେ ଟିକେଟ କଟିଥିବା ନେତା କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସେପଟେ ଟିକେଟ ଘୋଷଣା ପୂର୍ବରୁ ଆଜି ନବୀନ ନିବାସକୁ ଡକରା ହୋଇଥିଲା ଦୁଇ ବରିଷ୍ଠ ବିଧାୟକ ଅମର ଶତପଥୀ ଓ ଶଶିଭୂଷଣ ବେହେରାଙ୍କୁ । ସୁପ୍ରିମୋଙ୍କ ସହ କ’ଣ ଆଲୋଚନା ହେଲା ସେନେଇ କିନ୍ତୁ କିଛି ପ୍ରତିକ୍ରିୟା କେହି ଦେଇନାହାଁନ୍ତି । ଆଜି ଘୋଷଣା ହୋଇଥିବା ୯ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ୪ ମହିଳା ପ୍ରାର୍ଥୀ। କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ଦଳ ପୁଣି ରିପିଟ୍ କରିଛି । ରେମୁଣା ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ ସ୍ୱୟଂ ସହାୟକ ଗୋଷ୍ଠୀରୁ ଆସିଛନ୍ତି । ତେଣୁ ପ୍ରଶ୍ନ ବିଜେଡି ମହିଳା କାର୍ଡ ଖେଳି ଭୋଟ ହାତେଇବାକୁ ଚେଷ୍ଟା କରୁଛି କି ? ନା ବିଦ୍ରୋହକୁ ପ୍ରଶମିତ କରିବାକୁ ପ୍ରୟାସ ? ବରିଷ୍ଠଙ୍କ ଟିକେଟ କାଟି ମହିଳାଙ୍କୁ ଟିକେଟ ଦେବା ମହଙ୍ଗା ପଡିବନି ତ ?

Advertisment

ବିଜେଡି ୬ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୧୩୫ ଜଣ ପ୍ରାର୍ଥିଙ୍କ ନାଁ ଘୋଷଣା କରିସାରିଛି । ତେବେ ବାଲିକୁଦା, ବେଗୁନିଆ, କାକଟପୁର, ଖୋର୍ଦ୍ଧା, ବରୀ ଓ କୋରେଇ ଭଳି ଅନେକ ବିବାଦୀୟ ସିଟ୍‌ରେ ଏବେବି ବିଜେଡି ଅଙ୍କ ଛିଡାଇପାରିନି । ଏଭଳି ସ୍ଥିତିରେ ଆଉ ୧୨ ପ୍ରାଥୀଙ୍କ ନାଁ ଘୋଷଣା କେବେ ହେଉଛି ତାଉପରେ ନଜର ।

BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ