Advertisment

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପତ୍ନୀ ଜାଗୃତି !

ପିପିଲି ବିଧାନସଭା ଆସନରେ ଏମିତି ଚିତ୍ର । ରୁଦ୍ରଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା ।

ଅଦ୍ୟତନ ହୋଇଛି
Rudra Maharathi Wife Files Nomination

Rudra Maharathi

Advertisment

ଭୋଟ ମଇଦାନରେ ସ୍ୱାମୀ-ସ୍ତ୍ରୀ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଛି ଏମିତି ଚିତ୍ର। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା। ଆସନ୍ତା ୨୫ ତାରିଖରେ ଏଠି ନିର୍ବାଚନ ହେବ। ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ଲଢିବାକୁ ନାମାଙ୍କନ କରିଛନ୍ତି ସେନେଇ ମୁହଁ ଖୋଲିନାହାନ୍ତି।

Advertisment

ଜାଗୃତିଙ୍କ ନାମାଙ୍କନ ପତ୍ରରେ ସେ ତାଙ୍କ ସମସ୍ତ ବିବରଣୀ ଦେବା ସହ ତାଙ୍କ ସ୍ୱାମୀଙ୍କ ନାଁ ମଧ୍ୟ ଦେଇଛନ୍ତି । ନୋମିନେସନ ପରେ ଇଲେକ୍ସନ କମିଶନଙ୍କ ୱେବସାଇଟରେ ବି ରହିଛି ଉଭୟ ରୁଦ୍ର ଓ ଜାଗୃତିଙ୍କ ନାଁ। ଜାଗୃତି ହେଉଛନ୍ତି ପିପିଲିର ୭ ଥରର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ। ପିପିଲି ଆସନରେ ସ୍ୱାମୀ-ସ୍ତ୍ରୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ୱାମୀ ରୁଦ୍ରଙ୍କ ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ ସେଥିପାଇଁ ଜାଗୃତି ବି ନାମାଙ୍କନ କରିଥିବା ଶୁଣିବାକୁ ମିଳୁଛି।

ଅଧିକ ପଢ଼ନ୍ତୁ: ଶାସକ ଦଳ ଉପରେ ବର୍ଷିଲେ ବୈଜୟନ୍ତ, କହିଲେ ପ୍ରଗତିରେ ପଛରେ ପଡ଼ିଛି ଓଡ଼ିଶା

Advertisment

ସୂଚନାଯୋଗ୍ୟଯେ, ଅନେକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ବେଳେ ସୁରକ୍ଷା ଦୃଷ୍ଟିରୁ ଏକାଧିକ ନାମାଙ୍କନ ଭରୁଥିବା ନଜିର ରହିଛି। କୌଣସି କାରଣ ବଶତଃ ଗୋଟିଏ ନାକଚ ହୋଇଗଲେ ଅନ୍ୟଟି କାଏମ ରହିବ। ନଚେତ୍ ଗୋଟିଏ ନାମାଙ୍କନ ପତ୍ର ଦୈବାତ ନାକଚ ହୋଇଗଲେ ନିର୍ବାଚନରୁ ବଂଚିତ ହେବାର ଆଶଙ୍କା ରହିଛି। ସୁରତରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେଠାକାର ବିଜେପି ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିଲେ।

ଅନ୍ୟପଟେ ଆଜି ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ଭରିଛନ୍ତି । ତେବେ ତାଙ୍କ ସତ୍ୟପାଠକୁ ନେଇ ଆପତ୍ତି ଉଠାଇଛି ବିଜେପି। ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି, ପ୍ରଣବ ନିଜ ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ନେଇ ଭୁଲ ତଥ୍ୟ ଦେଇଛନ୍ତି। ୨୦୦୯ ନିର୍ବାଚନରେ ସେ ଯୁକ୍ତ ଦୁଇ କଳା ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ଏଥର ଯୁକ୍ତ ଦୁଇ ବିଜ୍ଞାନ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକୃତରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ, ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

Advertisment

ସେହିପରି ସଂପତ୍ତି ସଂପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି ପ୍ରଣବ ପ୍ରକାଶ ଦାସ। ଆଜି ନାମାଙ୍କନ ଯାଞ୍ଚ ଚାଲିଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏସବୁ ତଥ୍ୟ ରଖିଛନ୍ତି ପୀତାମ୍ବର। ଏହାକୁ ନେଇ ପ୍ରଣବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ