Advertisment

‘ବିଜେଡି ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’

ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।

ଅଦ୍ୟତନ ହୋଇଛି
Yogi Adityananth Slams Odisha BJD Govt

Yogi Adityananth

Advertisment

ଓଡ଼ିଶାରେ ଯୋଗୀ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସୁ ଆସୁ ସରକାରଙ୍କ ଉପରେ ବର୍ଷିଲେ । ଆଉ କହିଲେ ୟୁପିରେ ଯେମିତି ଗୁଣ୍ଡାଙ୍କ ବିରୋଧରେ ବୁଲ୍‌ଡୋଜର ବୁଲିଲା, ସେମିତି ଓଡ଼ିଶାରେ ବି ମାଫିଆମାନେ ସାବାଡ଼ ହେବେ । 

Advertisment

ଚିଲିକା ବାଣପୁର ସଭାରେ ଯୋଗୀ ଆଦିତ୍ୟନାଥ ଭାଷଣ ଦେବା ବେଳେ କହିଛନ୍ତି, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ହେବ । ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ । ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଏଠାରେ ସାବାଡ଼ କରାଯିବ । ଏ ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ, ସାବାଡ଼ କରାଯିବ । ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖେଇଛି । ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।

ଅଧିକ ପଢ଼ନ୍ତୁ: ‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

Advertisment

ଏଠି କଂଗ୍ରେସକୁ ବି କଡ଼ା ସ୍ୱରରେ ଆକ୍ରମଣ କଲେ ଯୋଗୀ ଆଦିତ୍ୟନାଥ । ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି, ଯିଏ କି ଖାଇବେ ଭାରତର, ଗାଇବେ ପାକିସ୍ତାନର । ଭାରତର ଯଦି ବନ୍ଦନ କରିନପାରିବ ତେବେ ଚାଲିଯାଅ । ମୋଦିଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି । ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି ।

ତେବେ ଓଡ଼ିଶାରେ ଚାର୍‌ଶୋ ପାର୍‌ ଶୁଣି ବିଜେଡିର ମୁଣ୍ଡ ବୁଲାଇଲାଣି । ଶ୍ରୀମନ୍ଦିର ରତ୍ନଭଣ୍ଡାର କଥା ନେଇ ଆକ୍ରମଣ ମଧ୍ୟ କରିଛନ୍ତି ଯୋଗୀ । ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି । କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି ପକାଇଲେଣି । ଥରେ ଆସନ୍ତୁ ଉତ୍ତର ପ୍ରଦେଶ, ଦେଖିବେ ସେଠି କେବଳ ଜୟ ଶ୍ରୀରାମ ନାରା ।

Advertisment

ଯୋଗୀ ଆହୁରି କହିଛନ୍ତି ଏଠି ତ ବିଜେଡି ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା । ଓଡ଼ିଶାରେ ବାବୁମାନଙ୍କ ସରକାର ଚାଲିଛି । ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି । ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି ଓଡ଼ିଶାରେ । ଯାହା କେବେ ବି ଗ୍ରହଣୀୟ ନୁହେଁ । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ଓଡ଼ିଶାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ତେବେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍‌ ନେତା । ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।

ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା। ଗୋଟିଏ ଦିନରେ ଓଡ଼ିଶା ଆସିଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ହିମନ୍ତ ବିଶ୍ବଶର୍ମା। ଓଡ଼ିଶା ଗସ୍ତରେ ଆସି ଚିଲିକା ବାଣପୁର ସଭାରେ ଯୋଗୀ ଆଦିତ୍ୟନାଥ ନିଜର ଶାଣିତ ବକ୍ତବ୍ୟ ଦେଇଛନ୍ତି।

BJD BJP Congress Yogi Adityanath Odisha Election Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ