Advertisment

ବିଜେଡିରେ ଜଳ ଜଳ ପରିବାରବାଦ ଟ୍ରେଣ୍ଡ୍, ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍

ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷାଣା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଅଦ୍ୟତନ ହୋଇଛି
undefined

BJD

Advertisment

ବିଜେଡିରେ ଆହୁରି ଜଳ ଜଳ ପରିବାରବାଦ ଟ୍ରେଣ୍ଡ୍ । ତଥାକଥିତ ପରିବାରବାଦ ବିରୋଧୀ ଟ୍ରେଣ୍ଡସେଟର୍ ବୋଲି ଦଳ ପକ୍ଷରୁ ବହୁଳ ପ୍ରଚାରିତ ଖୋଦ୍ ଦଳର ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍ । ଆଗ ନିଜେ ନେଇଥିଲେ, ଏବେ ମାଆଙ୍କୁ ବି ଦେଲେ ! ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ୍ ଦେବା ପରେ ଏକଦା ବାପା ଅଶୋକ ଦାସଙ୍କ ପାରମ୍ପରିକ ସିଟ୍ କୋରେଇ ବିଧାନସଭା ଆସନରୁ ଆଜି ଟିକେଟ୍ ପାଇଛନ୍ତି ମା ସଂଧ୍ୟାରାଣୀ ଦାସ ।

Advertisment

ହେଲେ ନଜର ପକାନ୍ତୁ ଗଲା ମାର୍ଚ୍ଚ ୨୩-୨୪ ତାରିଖରେ ସୋସିଆଲ୍ ମିଡିଆରେ ପ୍ରଣବଙ୍କ ସମର୍ଥନରେ ବିଜେଡିର ଏ କ୍ୟାମ୍ପେନ୍ ଉପରେ । ସେତେବେଳେ ଟିକେଟ୍ ମାଗି ନିରାଶ ହେବା ପରେ ପ୍ରଥମେ ପ୍ରଣବଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଏବଂ ପରେ ଭିଣୋଇ ଅରିନ୍ଦମ ଦାସ ବିଜେଡି ଛାଡ଼ିବା ପରେ, ଦଳରେ ପ୍ରଣବଙ୍କୁ ଯେମିତି ପରିବାରବାଦ ବିରୋଧୀ ରାଜନୀତିର ମସିହା ସଜେଇ ଦେଇଥିଲେ ଦଳୀୟ ସାଂସଦ ଓ ବିଧାୟକ।

'ପ୍ରଣବ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଣ୍ଟିବାରେ କୌଣସି ସମସ୍ୟା ନଥିଲା । ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ ଟ୍ରେଣ୍ଡ ସେଟ୍ କରିବା ଲାଗି ପ୍ରଣବ ଏହା କରିନାହାଁନ୍ତି' ବୋଲି ସମାନ ବାର୍ତ୍ତା ଥିବା ଲେଖାକୁ ସସ୍ମିତ ପାତ୍ର, ସୌଭିକ ବିଶ୍ୱାଳ, ଅନନ୍ତ ନାରାୟଣ ଜେନାଙ୍କ ଭଳି ଏକାଧିକ ନେତା ପୋଷ୍ଟ କରି ପ୍ରଣବଙ୍କ ସପକ୍ଷରେ ମାହୋଲ ବନେଇଥିଲେ । ହେଲେ ଏବେ କ’ଣ ହେଲା ? କୁଆଡ଼େ ଗଲା ପ୍ରଣବଙ୍କ ସେ ମସିହା ପଣ ? ପରିବାରବାଦ ବିରୋଧୀ ଟ୍ରେଣ୍ଡସେଟରରୁ ପ୍ରଣବଙ୍କୁ ପରିବାରବାଦର ଟ୍ରେଣ୍ଡ ସେଟର ଭାବେ କେମିତି ସଜେଇଲା ବିଜେଡି ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Advertisment

କେବଳ ପ୍ରଣବ-ସଂଧ୍ୟାରାଣୀ ମା' ପୁଅ ନୁହଁନ୍ତି, ସୁଦାମ ମାରାଣ୍ଡି ଓ ସୁଧୀର ସାମଲଙ୍କ ପରିବାରକୁ ବି ଦୁଇଟି ଲେଖାଏଁ ଟିକେଟ୍ ଦେଇଛି ବିଜେଡି । ଦଳ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ସୁଦାମ ମାରାଣ୍ଡିଙ୍କୁ ଟିକେଟ୍ ଦେଇଥିଲା ବେଳେ ସୁଦାମଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବାଙ୍ଗିରିପୋଷି ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସେହିପରି ବିଧାୟକ ସୁଧିର ସାମଲଙ୍କୁ ଢେଙ୍କାନାଳ ବିଧାନସଭା ଆସନ ପାଇଁ ଦଳ ରିପିଟ୍ କରିଥିଲା ବେଳେ ତାଙ୍କ ପୁତୁରା ଅବିନାଶ ସାମଲଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି । ଏଭଳି ସ୍ଥିତିରେ ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ନେଇ ବିଜେଡିର ନାରା ଧୂଆଁବାଣ ପାଲଟିଥିବା ବେଳେ ବିଜେଡିରେ ପରିବାରବାଦ ରାଜନୀତିକୁ ନେଇ ଦଳ ଉପରେ ବର୍ଷିଛି ବିଜେପି ।

ମା ପୁଅ, ସ୍ୱାମୀ-ସ୍ତ୍ରୀ, ଦାଦା-ପୁତୁରା । ରାଜନୀତିରେ ପରିବାରବାଦକୁ ନା ନା କରି ୨୪ ମହାସଂଗ୍ରାମରେ ବିଜେଡି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ୍ ବାଣ୍ଟିବା ପଛର କାରଣ ଯାହା ବି ହେଉ ନା କାହିଁକି, ଏହାକୁ ଜନତା କେତେ ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର ।

Advertisment

BJD Pranab Prakash Das General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ