Advertisment

ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରି ଟିକେଟ୍ ଦେବ କି ବିଜେଡି ?

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି ।

undefined

Puri BJD

Advertisment

ବିଜେଡିର ପୁରୀ ପ୍ରସ୍ତୁତି । ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ନବୀନ ନିବାସରେ ବୈଠକ। ଆଶାୟୀ ବି ସାମିଲ। ଅରୁପ ପଟ୍ଟନାୟକ,ପ୍ରସନ୍ନ ପାଟ୍ଟଶାଣୀ, ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ବୈଠକରେ ଉପସ୍ଥିତ ଥିବାରୁ ଚର୍ଚ୍ଚା ବଢିଛି। ନିର୍ବାଚନ ବିଗୁଲ୍ ବାଜିଥିବାରୁ ନବୀନ ପୁରୀ ସଂସଦୀୟ କ୍ଷେତ୍ରରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରିକି ଯେଉଁମାନଙ୍କୁ ଡାକରା ମିଳିଥିଲା ସେମାନଙ୍କ ଟିକେଟ୍ ଏକପ୍ରକାର ଫାଇନାଲ୍ ବୋଲି ସୂଚନା ମିଳିଛି।

Advertisment

ପୁରୀ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ସମେତ ଲୋକସଭା ଆସନ ପାଇଁ ବି ପ୍ରାର୍ଥୀଙ୍କୁ ଦଳପତି ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ପୁରୀ ଜିଲ୍ଲାରେ ସଂଗଠନ କିପରି ଅଧିକ ସୁଦୃଢ ହେବ ଏବଂ ଗତଥର ହାତରୁ ଖସିଥିବା ବ୍ରହ୍ମଗିରି ଓ ପୁରୀ ସଦର ନିର୍ବାଚନମଣ୍ଡଳୀ କିପରି କବଜାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି।

ବୈଠକରେ ଅରୁପ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଯୋଗ ଦେଇଥିବାରୁ ଟିକେଟ୍ ସମୀକରଣରେ ବଡ଼ ହଲଚଲ୍ ହୋଇପାରେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତଥର ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ, ଏଥର ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇପାରନ୍ତି। ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଚିଲିକା ବିଧାନସଭାରୁ ପ୍ରାର୍ଥୀ କରିବା ଯୋଜନା କରିଥିବା ସୂଚନା ମିଳୁଛି। ଅନ୍ୟପଟେ ସଞ୍ଜୟ ଦାସବର୍ମା-ଉମା ସାମନ୍ତରାୟ ବିବାଦରେ ବିରାମ ଲଗାଇବାକୁ ଦଳ ଦାସବର୍ମାଙ୍କୁ ସତ୍ୟବାଦୀ ଓ ଉମାଙ୍କୁ ବ୍ରହ୍ମଗିରିରୁ ଟିକେଟ ଦେଇପାରେ।

Advertisment

ସେପଟେ ନେତାମାନଙ୍କୁ ନବୀନ ଟାସ୍କ ବି ଦେଇଛନ୍ତି। ସରକାରୀ ଯୋଜନା ହିତାଧିକାରୀଙ୍କ ହାଉସ୍ ଟ୍ୟାଗିଂ କରିବେ ପ୍ରାର୍ଥୀ। ଏହାକୁ ଆସେସ୍ କରି ଟିକେଟ ଚୁଡାନ୍ତ କରିବ ଦଳ। ପୁରୀରେ ବିଜେପି ନିଜ କାୟା ବିସ୍ତାର କରୁଥିବାରୁ ଶାସକ ଦଳ ନିଜ ପ୍ରସ୍ତୁତିକୁ ଅଧିକ ମଜଭୁତ କରିଛି। ସଂସଦୀୟ କ୍ଷେତ୍ର ୱାରି ବିଜେଡି ସମୀକ୍ଷା କରି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ୍ ଫାଇନାଲ୍ କରିବ। ତେବେ ଏକାଧିକ ଆଶାୟୀ ଥିବାରୁ ଏ ଥିଓରୀ କେତେ କାମ ଦେଉଛି ତାକୁ ଅପେକ୍ଷା।

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ