Advertisment

ଚଳଚଞ୍ଚଳ ବିଞ୍ଝାରପୁର ରାଜନୀତି, କଂଗ୍ରେସ-ବିଜେଡି-ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ

ତିନି ଦଳ ତିନି ମହିଳାଙ୍କୁ ଟିକେଟ ଦେଇଛନ୍ତି। କିଏ ଜିତିବ ଜନତାଙ୍କ ମନ ?

ଅଦ୍ୟତନ ହୋଇଛି
Binjharpur Politics

Binjharpur Politics

Advertisment

ତାତି ବଢିବା ସହ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବଢୁଛି ନିର୍ବାଚନୀ ଉତ୍ତାପ । ଏହି ନିର୍ବାଚନୀ ମଣ୍ଡଳୀରେ ୬ଥର ବିଜୟୀ ହେବା ସହ ବର୍ତ୍ତମାନ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କୁ ଏଥର ବି ପ୍ରାର୍ଥୀ କରିଛି ବିଜେଡି । ଆଉ ଟିକେଟ ପାଉ ପାଉ କର୍ମୀଙ୍କ ସହ ବୈଠକ ଡାକି ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି ପ୍ରମିଳା ମଲ୍ଲିକ ।

Advertisment

ସେପଟେ ପ୍ରମିଳାଙ୍କୁ ଚେକ୍ ଦେବା ଲାଗି ବିଜେପି ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବବିତା ମଲ୍ଲିକଙ୍କୁ ରିପିଟ୍ କରିଛି । ବବିତା ମୋଦିଙ୍କ ଗ୍ୟାରେଣ୍ଟି ସହ ଓଡ଼ିଆ ଅସ୍ମିତାକୁ ଆୟୁଦ୍ଧ କରି ପ୍ରମିଳାଙ୍କୁ ଟକ୍କର ଦେବା ଲାଗି ଆରମ୍ଭ କରିଛନ୍ତି ଡୋର ଟୁ ଡୋର କ୍ୟାମ୍ପେନ ।

ସେହିଭଳି ପ୍ରଚାର ମୈଦାନରୁ ବାଦ ପଡିନି କଂଗ୍ରେସ। ୨୦୧୯ରେ ଏହି ଆସନରେ ମାତ୍ର ୩ ହଜାର ୯୭୭ ଭୋଟ ପାଇଥିବା ପ୍ରାର୍ଥୀ ମନୋରଞ୍ଜନ ଦାଶଙ୍କୁ ବାଦ ଦେଇ ନୂଆ ପ୍ରାର୍ଥୀ ଭାବେ କନକଲତା ମଲ୍ଲିକକୁ ଟିକଟ ଦେଇଛି କଂଗ୍ରେସ। ଏଣୁ ଏହି ଆସନରେ ତିନି ମହିଳା ତଥା ତିନି ମଲ୍ଲିକଙ୍କ ମଧ୍ୟରେ ଲଢେଇ ହେବ। ସେପଟେ କଂଗ୍ରେସରୁ ଟିକଟ ପାଇବା ପରେ କନକଲତା ନିଜ କର୍ମୀଙ୍କ ସହ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କହିବା ସହ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି କନକଲତା ମଲ୍ଲିକ ।

Advertisment

୨୦୨୪ ନିର୍ବାଚନରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ। ତିନି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କିଏ ମାରିବ ବାଜି ତାହା ଜୁନ ୪ ଫଳଫଳ ବାହାରିବା ପରେ ଜଣାପଡିବ ।

ସେପଟେ ଯାଜପୁରର ପଡ଼ୋଶୀ ଜିଲ୍ଲା ଭଦ୍ରକରେ ଦିନକୁ ଦିନ ବଳୁଆ ହେଉଛି ବିଜେପି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଚରଦିଆ ଗାନ୍ଧୀ ନାଥ ମଣ୍ଡଳଙ୍କ ନେତୃତ୍ୱରେ ୬୦ରୁ ଅଧିକ ପରିବାର ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିକଶିତ ଓଡ଼ିଶା ଓ ଚାନ୍ଦବାଲି ବିକାଶରେ ବିଜେପିକୁ ସୁଦୃଢ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ