Advertisment

ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ।

ଅଦ୍ୟତନ ହୋଇଛି
Bijoy Mohapatra dismissed from the BJP

Bijay Mohapatra

Advertisment

ବିଜୟ ମହାପାତ୍ର ବିଜେପିରୁ ବହିଷ୍କୃତ। ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ। ସେହିପିର ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ବି ବିଜେପିରୁ ବିଦା ହୋଇଛନ୍ତି। ମାହାଙ୍ଗାର ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକ। ଟିକେଟ ନମିଳିବାରୁ ଉଭୟ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି।

Advertisment

କେନ୍ଦ୍ରାପଡ଼ା ପାଟକୁରା ଆସନରୁ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। କିଛିଦିନ ତଳେ ନବୀନ ନିବାସ ଯାଇ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ ଅରବିନ୍ଦ। ନବୀନ ନିବାସରେ ସମର୍ଥକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ’

ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା ବିଜୟ ମହାପାତ୍ର। ବିଜେଡି ଗଠନ ବେଳେ ବିଜୟଙ୍କର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତତା ପରେ ବିଜେପିରେ ମିଶିଥିଲେ। ଏବେ ବିଜେପି ସହ ବି ଅଲଗା ହେବା ପରେ ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି।

Advertisment
BJP Odisha Politics General Elections 2024 Bijay Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ