Advertisment

ଭୁବନେଶ୍ୱର ରୋଡ୍ ସୋ’ ପରେ ଶନିବାର ଦିନ ତମାମ ଓଡ଼ିଶାରେ ରହିବେ ମୋଦି

ସାଢ଼େ ୧୦ଟାରେ ପହଞ୍ଚି କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ରୋଡ୍ ସୋ’ ସାରି ଆଜି ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଏହାପରେ ଆସନ୍ତାକାଲି ହେବାକୁ ଥିବା ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି ଯୋଗଦେବେ। ସକାଳ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସେଠାରେ ସାଢ଼େ ୧୦ଟାରେ ପହଞ୍ଚି କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।

Advertisment

ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି। ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ସାଢ଼େ ଗୋଟାଏରେ ହେବାକୁ ଥିବା ଜନସମାବେଶକୁ ମୋଦି ସମ୍ବୋଧନ କରିବେ।

ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ ପିଏମ୍। ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।

Advertisment

କାଲି ୩ଟି ସ୍ଥାନରେ ଜନସଭାକୁ ମୋଦିଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି। କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ରେ ମୋଦି ମାରାଥନ୍ ପ୍ରଚାର କରିବେ। ପ୍ରଥମେ ଫୁଲବାଣୀ, ପରେ ବଲାଙ୍ଗିର ଓ ତା’ପରେ ବରଗଡ଼ ଯିବେ ମୋଦି। ସକାଳ ସାଢ଼େ ୮ଟାରେ ଭୁବନେଶ୍ୱରରୁ ବାହାରି ଫୁଲବାଣୀ ଯିବେ ମୋଦି। ମୋଦିଙ୍କ ଗସ୍ତ ପାଇଁ ୩ଟି ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Narendra Modi BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ