Advertisment

ରାଜ୍ୟ ସରକାରଙ୍କୁ ଭର୍ତ୍ତୃହରିଙ୍କ ପ୍ରଶ୍ନ, ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ?

ସେପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍‌ଙ୍କୁ କରୁଛି ଡାଇରେକ୍ଟ ଆଟାକ୍।

Bhartruhari Mahtab

Bhartruhari Mahtab

Advertisment

ଆଠଗଡ କଖଡି ଠାରେ ପରିବର୍ତ୍ତନ ସମାବେଶରେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଯୋଗଦେଇ ଭୋଟ ଭିକ୍ଷା କରିବା ସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନ ଭଣ୍ଡାର ଖୋଲି ଦେଖିବାକୁ ୧୬ ଜଣ ଯାଇଥିଲେ ବୋଲି କହିବା ସହ ରତ୍ନ ଭଣ୍ଡାର ଚାବି ହଜିଲା କେଉଁଠି ବୋଲି ପ୍ରଶ୍ନ କଲେ । ରତ୍ନ ଭଣ୍ଡାର ଖୋଲିଲେ, ବାହାରେ କିଛି କହିବୁନାହିଁ ବୋଲି ଶପଥ କଲେ ।

Advertisment

ଏଥିସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଠଗଡ ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍‌ ସୋ’ କରିବା ସହ କଖଡି ହାଟ ପଡିଆ ଠାରେ ପରିବର୍ତ୍ତନ ସମାବେଶରେ ଯୋଗ ଦେଇଥିଲେ। କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଆଠଗଡର ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ପାଇଁ ଯୋଡି ପଦ୍ମରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

ସେପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍‌ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେନ୍ଦ୍ର ବିଜେପିର ଏ ତିନି ତୁଙ୍ଗ ନେତୃତ୍ୱଙ୍କ ଘନ ଘନ ଗର୍ଜନ ଏବେ ରାଜ୍ୟ ବିଜେପି ପାଇଁ ପାଲଟିଛି ସବୁଠୁ ବଡ଼ ନିର୍ବାଚନୀ ମୁଦ୍ଦା।

Advertisment

ଆଉ ଗୋଟିଏ ପରେ ଗୋଟିଏ ଜନସଭାକୁ ଆହୁରି ସରଗମ କରୁଛି ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଣ୍ଡିଆନଙ୍କୁ ଟାର୍ଗଟ୍। ଖୋର୍ଦ୍ଧା ଜିଲ୍ଲା ଛତାବର ସଭା ପରେ ଗଂଜାମ କବିସୂର୍ଯ୍ୟନଗର ପ୍ରଚାର ମଞ୍ଚରୁ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଜେଡି ସରକାର ଉପରେ ବର୍ଷି ହିମନ୍ତ କହିଛନ୍ତି- ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ, ଜୁନ୍ ୧୦ ସୁଦ୍ଧା ପାଣ୍ଡିଆନ୍ ରତ୍ନଭଣ୍ଡାର ଚାବି ନକାଢ଼ିଲେ ବିଜେପି ସରକାର ଆସିବ, ଆଉ ଆମେ ଚାବି ପାତାଳରେ ଥିଲେ ବି ଖୋଜି ଆଣିବୁ। ଲୋକଙ୍କ ଇମୋସନ୍ ସହ ନଖେଳି, ତୁରନ୍ତ ରତ୍ନଭଣ୍ଡାର ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ପଡ଼ିବ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

BJP Ratna Bhandar Bhartruhari Mahtab General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ