ପାଣ୍ତିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଦୀପ, କହିଲେ ...

ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ।

Odisha Politics

ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି, ତାଙ୍କ ବିରୋଧରେ ଆରୋପ ଆସିଛି ତାହେଲେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ଗଲା କୁଆଡ଼େ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ଗତକାଲି ଚିକିଟିରେ ପ୍ରଚାର ବେଳେ ପ୍ରଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ ପାଣ୍ଡିଆନ୍ । ସେପଟେ ପ୍ରଦୀପ ଲଗାଇଥିବା ଅଭିଯୋଗ ନେଇ ପାଣ୍ଡିଆନ୍ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ପ୍ରଚାର ମଇଦାନରେ BSKY କାର୍ଡକୁ ନେଇ ମତ ରଖିଛନ୍ତି ଧର୍ମେନ୍ଦ୍ର । ଓଡିଶାରେ ବନ୍ଦ ହେବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା BSKY କାର୍ଡ ।

ବରଂ ରାଜ୍ୟରେ ବିଜେପି ସରକାର ଆସିବ ଏବଂ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ BSKY ସହ ଯୋଡ଼ିବ । ଏହାଦ୍ୱାରା ଗରୀବ ସାଧାରଣ ଜନତା ୨ ଗୁଣା ଫାଇଦା ପାଇବେ । ସମ୍ବଲପୁରରେ ଆୟୋଜିତ ଏକ ମିଶ୍ରଣ ପର୍ବ ମଞ୍ଚ ଉପରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କହିଛନ୍ତି, ୫ ଲକ୍ଷ ଜାଗାରେ ହିତାଧିକାରୀ ପାଇବେ ୧୦ ଲକ୍ଷ ଟଙ୍କା । ମହିଳା ମାନଙ୍କୁ ଯଦି ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଦେଉଥିବା କଥା କହୁଛନ୍ତି, ତା’ଉପରେ ଆଉ ୫ ଲକ୍ଷ ଟଙ୍କା ପାଇଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ସରକାର ଆସିଲେ ମିଶନ୍ ଶକ୍ତି ଓ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ ବୋଲି ବିଜେଡି ନେତା ଭି.କେ.ପାଣ୍ଡିଆନ ଏକ ଭାଷଣରେ କହିଥିଲେ । ଯାହାକୁ ନେଇ ବିଜେପି ଖଡଗହସ୍ତ ହେବା ସହ ଏମିତି ଅପପ୍ରଚାରରୁ ନିବୃତ ରହିବାକୁ ପାଣ୍ଡିଆନଙ୍କୁ ବିଜେପି ଚେତାବନୀ ଦେଇଛି ।