Advertisment

DJ ସାଉଣ୍ଡରେ ହୁଡ଼ିଲେ ମହୁମାଛି, BJD ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ !

ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ମହୁମାଛି ଆକ୍ରମଣରେ ବିଜେଡ଼ି ନେତା ଆହତ I ସୁବର୍ଣ୍ଣପୁର ବିନିକା ବ୍ଲକ ଅଂଚଳର ବିଭିନ୍ନ ଗାଁରେ ବଲାଙ୍ଗୀର ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ଗାଁକୁ ଗାଁ ଯାଇ ଭୋଟ ପ୍ରଚାର କରୁଥିଲେ I ହେଲେ ବିନିକା କଇନ୍ତରା ଗାଁ ନିକଟରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ଡିଜେ ସାଉଣ୍ଡର ପ୍ରଚଣ୍ଡ ଶବ୍ଦ ହେବାରୁ ବିଜେଡି ନେତାଙ୍କୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ I

Advertisment

ମହୁମାଛି ଆକ୍ରମଣରେ ବିନିକା ବ୍ଲକ ବିଜେଡ଼ି ସଭାପତି ଦ୍ବାରିକାନାଥ ସାହୁଙ୍କ ସମେତ ପ୍ରାୟ ୨୦ ଜଣ ବିଜେଡ଼ି କର୍ମୀ ଆହତ ହୋଇ ବିନିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି I ଏପରିକି ବଲାଙ୍ଗିର ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡ଼ି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିବା ବିନିକା ବିଜେଡ଼ି ବ୍ଲକ ସଭାପତି କହିଛନ୍ତି I 

ବିଜେଡିର ବିନିକା ବ୍ଳକ୍ ସଭାପତି ଦ୍ୱାରିକାନାଥ ସାହୁଙ୍କ ସୂଚନା ଅନୁଯାୟୀ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ