Advertisment

ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ; ପ୍ଲାକାର୍ଡ ଧରି ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ

ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍।

ଅଦ୍ୟତନ ହୋଇଛି
Baliguda Sub Collector Walked On ramp to Aware Voters

sub collector

Advertisment

ସାରା ଦେଶରେ ଚାଲିଛି ନିର୍ବାଚନୀ ତାତି। ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହିକ୍ରମରେ ଅଭିନବ ଉପାୟରେ ଲୋକଙ୍କୁ ନିର୍ବାଚନ ପାଇଁ ସଚେତନ କରାଯାଉଛି। ଏହାରି ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ଭିନ୍ନ ଏକ ପ୍ରାୟସ କରିଛନ୍ତି ବାଲିଗୁଡା ସବ୍ କଲେକ୍ଟର।

Advertisment

ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍। ସାଧାରଣ ନିର୍ବାଚନରେ ଆଶାତୀତ ଭୋଟ ବୃଦ୍ଧି ସାଙ୍ଗକୁ ଯୁବା ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ପ୍ରୟାସ କରିଛନ୍ତି ଉପ ଜିଲ୍ଲାପାଳ।

ଅଧିକ ପଢ଼ନ୍ତୁ: ୧୦୦କିମି ଚାଲିଲେ ପୋଲିଂ କର୍ମଚାରୀ, ରାସ୍ତା ନଥିବାରୁ ଭୋଟ୍ ଦେଲେନି ଲୋକେ

Advertisment

କାର୍ଯ୍ୟକ୍ରମରେ ଅନ୍ୟ ପ୍ରତିଯୋଗୀଙ୍କ ଭଳି ବାଲିଗୁଡା ଉପ-ଜିଲ୍ଲାପାଳ ଡ. ରୀନା ପ୍ରଧାନ ଫ୍ୟାସନ ଶୋରେ ଚାଲିଛନ୍ତି । ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ସଚେତନତା କରିବା ଲକ୍ଷ୍ୟ ନେଇ ବାଲିଗୁଡା ଉପଖଣ୍ଡ ଅଧିନର ୯ଟି ବ୍ଲକର ବିଡ଼ିଓ ଓ ତହସିଲଦାର ଯୋଗ ଦେଇଥିଲେ । ନିର୍ବାଚନରେ ଭୋଟ ହାର ବୃଦ୍ଧି ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ଅୟୋଜନ ହୋଇଥିଲା ।

ନିକଟରେ ଦକ୍ଷିଣ ଭାରତର ଚେନ୍ନାଇ ନିକଟସ୍ଥ ନୀଲାନକାରାଇର ୬ଜଣ ବୁଡାଳି ବା ସ୍କୁବା ଡାଇଭର ପାଣିରେ ଦେଖାଇଛନ୍ତି ଏହି ଅଭିନବ କୌଶଳ। ଏକ ନକଲି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ପ୍ଲାକାର୍ଡ ଧରି ଭାରତର ନିର୍ବାଚନ ଆୟୋଗଙ୍କ ବାର୍ତ୍ତା ପ୍ରଦର୍ଶନ କରି ସେମାନେ ଭୋଟରଙ୍କୁ ସଚେତନ କରିଥିଲେ। "ମୁଁ ମୋର ଭୋଟର ଶକ୍ତି ଜାଣେ" ଏବଂ "ମୋ ଦେଶ, ମୋର ଭୋଟ୍" ସଙ୍କେତ ଧରି, ବୁଡାଳିମାନେ ଗଭୀର ସମୁଦ୍ରରେ ଏହି କୌଶଳ ପ୍ରଦର୍ଶନ କରିଥିଲେ ।

Advertisment
General Elections 2024 Voter Awareness
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ