Advertisment

ବିଗିଡିଯିବ କି ବିଜେଡିର ବଡ଼ଚଣା-ସମ୍ବଲପୁର ଅଙ୍କ ?

ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।

undefined

Badachana - Sambalpur Politics

Advertisment

ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖଭବନରେ ବଡ଼ କସରତ୍ । ଅସନ୍ତୋଷ ଓ ଅନ୍ତର୍କନ୍ଦଳକୁ ମ୍ୟାନେଜ୍ ପାଇଁ ପ୍ରୟାସ । ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଶାସକ ଦଳ ଯେଉଁ ସରପ୍ରାଇଜ୍ କାର୍ଡ ଖେଳିଥିଲା, ତାକୁ ନେଇ ଅସନ୍ତୋଷ ବଢ଼ିବା ପରେ ତାର ପ୍ରଶମନ ପାଇଁ ଚାଲିଥିଲା ଉଦ୍ୟମ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା ହୋଇଛି।

Advertisment

ବିବାଦର ସମାଧାନ କରି ବର୍ଷାଙ୍କ ପ୍ରାର୍ଥିତ୍ୱକୁ ଯେପରି ସବୁ ଗୋଷ୍ଠୀ ଗ୍ରହଣ କରିବେ ସେନେଇ ଚେଷ୍ଟା କରାଯାଇଛି। ହେଲେ ସବୁଠୁ ବଡ଼ କଥା ହେଉଛି, ବଡ଼ଚଣା ପାଇଁ ସବୁଠୁ ବଡ଼ ଦାବିଦାର ଥିଲେ ବିଧାୟକ ଅମର ଶତପଥୀ । ଆଉ ତାଙ୍କୁ ବାଦ୍ ଦେଇ ବର୍ଷାଙ୍କୁ ପ୍ରାର୍ଥୀ କରାଯିବା ପରେ ଅମରଙ୍କ ସମର୍ଥକ ଦଳର ଏନିଷ୍ପତ୍ତିକୁ ସବୁଠୁ ବେଶି ବିରୋଧ କରୁଥିଲେ ବି, ଅମରଙ୍କୁ କିନ୍ତୁ ଆଜିର ଏ ବୈଠକରେ ଦେଖିବାକୁ ମିଳିନି।

ହେଲେ ପ୍ରତିକ୍ରିୟା ରଖି ଅମର କହିଛନ୍ତି ଟିକେଟ୍ କଟିବାକୁ ନେଇ ବଡ଼ଚଣାରେ ଦଳୀୟ ନେତା ଓ କର୍ମୀଙ୍କୁ ଆଘାତ ଲାଗିଛି। ଟିକେଟ୍ କାହିଁକି କଟିଲା ଜାଣିନି,କିନ୍ତୁ ଲୋକଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବି ବୋଲି ଦୋହରାଇଛନ୍ତି ଅମର।

Advertisment

ଏପଟେ ସମ୍ବଲପୁରରେ ବି ଦଳକୁ ଲାଗିଛି ଶକ୍ତ ଧକ୍କା। ଟିକେଟ୍‌କୁ ନେଇ ଅସନ୍ତୋଷ ଭିତରେ ଶଙ୍ଖକୁ ବାଏ ବାଏ କରି ଆଜି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। କହିଛନ୍ତି, ସମ୍ବଲପୁର ବିଧାନସଭା ଆସନ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଟିକେଟ୍ ଦେବାରୁ ଏହା ସମ୍ବଲପୁରର ଗରିମାକୁ ନଷ୍ଟ କରିଛି। ସମ୍ବଲପୁରରେ କଣ ନେତା ନଥିଲେ ଯେ, ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ୍ ଦେଲେ ବୋଲି ପ୍ରଶ୍ନ କରିବା ସହ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ରାସେଶ୍ୱରୀ।

ସମ୍ବଲପୁର ବିଧାନସଭା ସିଟ୍ ପାଇଁ ବିଜେଡି ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ପରେ ପ୍ରସନ୍ନଙ୍କୁ ବଦଳାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଓହ୍ଲାଇଛି। ତେବେ ସେବେଠୁ ଅସନ୍ତୁଷ୍ଟ ଥିବା ରାସେଶ୍ୱରୀ ଆଜି ଦଳତ୍ୟାଗ କରିବା ପରେ ଏଠି ଅଡୁଆରେ ପଡ଼ିଛନ୍ତି ପ୍ରାର୍ଥୀ ରୋହିତ ପୂଜାରୀ। ତେବେ ତାଙ୍କ ପ୍ରାର୍ଥିତ୍ୱ ପ୍ରତି ରାସେଶ୍ୱରୀଙ୍କ ମନ୍ତବ୍ୟରେ, ମାଆ ଯଦି ପୁଅକୁ ଅଯୋଗ୍ୟ କରିବ ତାହେଲେ ତାକୁ ଧରିବା କଥା ନୁହେଁ ବୋଲି କହି ସ୍ଥିତିକୁ ସାମାନ୍ୟ କରିବାକୁ ଉଦ୍ୟମ କରିଛନ୍ତି ରୋହିତ।

Advertisment

ବଡ଼ଚଣାରେ ଛ ଛ ଥରର ଏମ୍ଏଲଏଙ୍କୁ କାଟି, ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା, ରାସେଶ୍ବରୀଙ୍କ ବଦଳରେ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ଲଢ଼ାଇବା ଭଳି ନିଷ୍ପତ୍ତି ପରେ ସୃଷ୍ଟ ସମୀକରଣକୁ ଶାସକ ଦଳ କେମିତି ସାମ୍ନା କରୁଛି ତା ଉପରେ ନଜର।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ