Ramesh Sai
ତାଲିକା ସହ ତାଳ ଦେଇ ବିଜେଡିରୁ ଛୁଟୁଛି ଇସ୍ତଫାର ସୁଅ। ଆଠମଲ୍ଲିକ ବିଧାୟକ ରମେଶ ସାଏ ବି ଆଜି ବିଜେଡିକୁ ବାଏ ବାଏ କହିଛନ୍ତି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଆଠମଲ୍ଲିକରୁ ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ରମେଶ ସାଏ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। କେବଳ ରମେଶ ସାଏ ନୁହଁନ୍ତି, ଗତ ୨୪ ଘଣ୍ଟା ଭିତରେ ଶଙ୍ଖ ସହ ସଂପର୍କ ତୁଟାଇଲେଣି ୨ ଜଣ ସିଟିଂ MLAଙ୍କ ସହ ୬ ଜଣ ବରିଷ୍ଠ ନେତା।
ତେବେ ବିଜେଡି ଛାଡ଼ିବା ପରେ ରମେଶ କେଉଁ ଦଳରେ ସାମିଲ ହେବେ ସେନେଇ ସ୍ପଷ୍ଟ ସୂଚନା ନାହିଁ । ରମେଶଙ୍କ ପୂର୍ବରୁ ଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍ ବିଜେଡିର ଦ୍ୱିତୀୟ ପ୍ରର୍ଥୀ ତାଲିକା ପ୍ରକାଶ ପାଇବା ପରଠାରୁ ବିଜେଡିକୁ ବାଏ ବାଏ କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜଗତସିଂପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଏବଂ ଭଦ୍ରକ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ।
ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।
ଅନ୍ୟପଟେ ଏବେ ବଦଳୁଛି ଗଞ୍ଜାମ ବିଜେଡି ସମୀକରଣ । ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।
‘ଦଳ ତାର ନୀତି ଆଦର୍ଶ ଭୁଲି ଯିବା ସହ ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଦଳ ଟିକେଟ ଦେଉଛି , ଆମକୁ ଅବହେଳା କରୁଛି । ଏଣୁ ଆମେ ଦଳ ଛାଡୁଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା । ଆଗକୁ କେଉଁ ଦଳକୁ ଯିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ରାମଚନ୍ଦ୍ର ପଣ୍ଡାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ନେତା ଟି ଗୋପୀ ମଧ୍ୟ ଆଜି ବିଜେଡି ଛାଡ଼ିଛନ୍ତି । ସେପଟେ ଏହି ଦୁଇ ନେତାଙ୍କ ଦଳ ଛାଡ଼ିବା ଏବଂ ଦଳକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଶାସକ ଦଳର କୌଣସି ପ୍ରତିକ୍ରିୟା ଏଯାଏ ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ramesh_Sai_1712246159.jpg)