Amit Shah
ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଆଲୋଚନା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ। ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ଆମେ କେମିତି ଆଗକୁ ବଢ଼ିବୁ, ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ସ୍ଥିର କରିନାହାନ୍ତି। କିନ୍ତୁ ମୁଁ ନିଶ୍ଚିତ କହିପାରିବି ଯେ, ଭାରତୀୟ ଜନତା ପାର୍ଟି ଉଭୟ ଲୋକସଭା ଓ ବିଧାନସଭାରେ ବହୁତ ଭଲ କରିବ। ଏବଂ ଆମ ସ୍ଥିତିରେ ବହୁତ ବଡ଼ ସୁଧାର ଆସିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ଏହି କନକ୍ଲେଭ୍ରେ ଓଡ଼ିଶାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଆମେ ହାର୍ଡକୋର ରାଜନୀତିରେ ଅଛୁ, ଏଥିରେ ଫିଲୋସଫି ନ ଥାଏ।
ଏଥିରେ ପାର୍ଟିର ଆଦର୍ଶ ଓ ହାର୍ ଜିତ୍ର ଗଣିତ ଥାଏ। ଉଭୟକୁ ଧ୍ୟାନରେ ରଖି ଏବଂ ଏଥିରେ ଭାରାସମ୍ୟ ରଖି ସାଥୀଙ୍କୁ ବଛାଯାଇଥାଏ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Amit_Shah_1710518361.jpg)