Advertisment

କାଲି ପୁଣି ଆସିବେ ମୋଦି, ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍‌ ସୋ’

ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ।

undefined

PM Modi Road Show

Advertisment

ରାଜଧାନୀରେ ମେଗା ରୋଡ୍ ସୋ’ କରିବେ ପିଏମ୍ ମୋଦି । ବିଜେପି ପାର୍ଟି ମୁଖ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି । ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସଂଧ୍ୟା ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ବିଜେପି ପାର୍ଟି ଅଫିସଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG ।

Advertisment

ରୋଡ୍ ଶୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯାଇଥିବା ବେଳେ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ବାର୍ଡ ମୁତୟନ ରହିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଅଢେଇ କିଲୋମିଟରର ରୋଡ୍ ଶୋ’ ଭିତରେ ଝଲସିବ ଓଡ଼ିଶା କଳା ଓ ସଂସ୍କୃତି । କୋଣାର୍କ ଚକ୍ର ଓ ଖଣ୍ଡିଗିରି ଐତିହ୍ୟ ପରି ଓଡ଼ିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ ହେବ। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ।

ରୋଡ ସୋ’ ପରେ ରାଜଭବନରେ ରାତ୍ରୀ ରହଣି କରି ଶନିବାର ୩ଟି ସ୍ଥାନରେ ସମାବେଶ କରିବେ ପିଏମ ମୋଦି । ୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ ପଡିଆ ସମାବେଶରେ ଉଦବୋଧନ ଦେବେ । ପରେ ପରେ ୧୧ଟା ୩୦ରେ ବଲାଙ୍ଗୀର ସାଧାରଣ ସଭା ଓ ଦିନ ଗୋଟାଏରେ ବରଗଡ ଟୋଲ୍ ଗେଟ୍ ପଡ଼ିଆରେ ବିଶାଳ ସମାବେଶକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଉତ୍ସାହିତ ବିଜେପି କ୍ୟାମ୍ପ। କାହିଁକି ନା ବ୍ରହ୍ମପୁର ଓ ନବରଙ୍ଗପୁର ସମାବେଶରେ ଖୁବ୍ ବର୍ଷିଥିଲେ ମୋଦି ।

Advertisment

ଜୁନ୍ ୪ ବିଜେଡିର ଏକ୍ସପାଏରି ଡେଟ୍ ବୋଲି କହିବା ସହ ଜୁନ୍ ୧୦ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ତାରିଖ ବୋଲି ମଧ୍ୟ ଘୋଷଣା କରିଥିଲେ। ତେଣୁ ଏଥର ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ କ’ଣ ଉଦବୋଧନ ଦେଉଛନ୍ତି, ଆଉ ଆଭିମୁଖ୍ୟକୁ କେତେ କଠୋର କରୁଛନ୍ତି ତାକୁ ନେଇ ବି ଅଙ୍କ କଷା ଚାଲିଛି। ବଡ଼ କଥା ହେଲା ଗତ ଥର ଓଡିଶାରେ ବିଜେପି ସରକାର ଗଠନ ନେଇ ମୋଦିଙ୍କ ଦୃଢୋକ୍ତିକୁ ଦିବା ସ୍ୱପ୍ନ ବୋଲି କହି କଟାକ୍ଷ କରିଥିଲେ ନବୀନ । ଆଉ ବିଜେପି ୫୦ କି ୬୦ ସିଟ୍ ଜିତିଲେ ବିଜେଡିକୁ ଭାଙ୍ଗି ଓଡ଼ିଶାରେ ସରକାର କରିବ ବୋଲି ରଣନୀତି କରିଥିବା ବୟାନ ଦେଇଥିଲେ ପାଣ୍ଡିଆନ। ଏମିତି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ଆଉ ମାରାଥନ ପ୍ରଚାର ବିଜେପିକୁ ଆହୁରି ବଳ ଦେବ ବୋଲି କହିଛନ୍ତି ବିଜେପି ନେତା।

Bhubaneswar Narendra Modi BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ