ନିମାପଡ଼ା ବିଜେଡିରେ କମ୍ପନ, ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମୂହ ଇସ୍ତଫା

ବିଧାୟକ ସମୀର ଦାଶଙ୍କୁ ନେଇ ନିମାପଡା ବିଜେଡିରେ କମ୍ପନ । ସମୀର ଦାଶଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ଦଳୀୟ ନେତୃତ୍ୱଙ୍କୁ ଖୋଲା ସମାଲୋଚନା କରିଛନ୍ତି ସମୀରଙ୍କ ସମର୍ଥକ ।

Odisha Politics

ବିଧାୟକ ସମୀର ଦାଶଙ୍କୁ ନେଇ ନିମାପଡା ବିଜେଡିରେ କମ୍ପନ । ସମୀର ଦାଶଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ଦଳୀୟ ନେତୃତ୍ୱଙ୍କୁ ଖୋଲା ସମାଲୋଚନା କରିଛନ୍ତି ସମୀରଙ୍କ ସମର୍ଥକ ।

ନିମାପଡା ନିର୍ବାଚନ ମଣ୍ଡଳୀର ୪୬ଟି ପଂଚାୟତର ଦଳୀୟ ସଭାପତି, କାର୍ଯ୍ୟକାର୍ତ୍ତା, ନିମାପଡା NACର ୧୧ଟି ୱାର୍ଡର ସଭାପତି, ୪୧ଟି କୋ ଅପରେଟିଭ ସୋସାଇଟିର ସଭାପତି, ୫୬ ଜଣ ପଂଚାୟତସ୍ତରୀୟ ଓ ଏନଏସିସ୍ତରୀୟ ନିର୍ବାଚିତ ପ୍ରତିନିଧି ଆଜି ଗର୍ଜିବା ସହ ବିଜେଡି ରାଜ୍ୟ ସଭାପତିଙ୍କ ଉଦେଶ୍ୟରେ ଇସ୍ତଫା ପତ୍ର ପଠାଇଛନ୍ତି ।

ତା’ସହ ୨୪ଘଣ୍ଟା ମଧ୍ୟରେ ବିଧାୟକ ସମୀର ଦାଶ ତାଙ୍କ ନିଷ୍ପତ୍ତି ଦଳୀୟ ନେତୃତ୍ୱଙ୍କୁ ଅବଗତ କରିବାକୁ ଚେତାବନୀ ଦେଇଛନ୍ତି। ନିମାପଡା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପ୍ରତିବାଦ ସଭାରେ ସମୀର ଯୋଗଦେଇଥିଲେ ବି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । କିନ୍ତୁ ବକ୍ତବ୍ୟରେ ନିମାପଡ଼ାରେ ରାଜନୈତିକ ସମୀକରଣ ବଦଳିବାର ସମୀର ସୂଚନା ଦେଇଥିଲେ ।

ସମୀର ଦାଶଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଏଠି ଟିକଟ ମିଳିବା ପରଠୁ ଏଭଳି ସ୍ଥିତି ଲାଗିରହିଛି । ସୂଚନା ଅନୁସାରେ ନିମାପଡ଼ା ବିଧାନସଭା ଆସନରେ ଗତ ତିନୋଟି ନିର୍ବାଚନରେ ବିଜୟଲାଭ କରିଆସୁଛନ୍ତି ସମୀର । ସେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିଲେ । ଆଶା ଥିଲା ୨୪ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ଦେବ । କିନ୍ତୁ ବିଜେଡି ସମୀର ଦାଶଙ୍କୁ ପ୍ରାର୍ଥୀ ନ କରି ନୂଆ କରି ଦଳରେ ସାମିଲ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ୍‌ ଦେଇଥିଲା ।