Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଜୋର୍ ଧରିଲା ସିଟ୍ ଅଙ୍କକଷା

ନିଜ ସପକ୍ଷରେ ଅଧିକ ସିଟ୍ ଯିବା ନେଇ ସବୁ ଦଳର ଦାବି ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ। ଜୋର ଧରିଲା ରାଜନୈତିକ ବୟାନବାଜି। ବିଜେପି, ବିଜେଡି, କଂଗ୍ରେସ। କିଏ କେତେ ସିଟରେ ବିଜୟୀ ହେବ ସେ ସଂଖ୍ୟା ଏବେଠାରୁ କହି ବୁଲିଲେଣି ଏହି ତିନି ପ୍ରମୁଖ ଦଳ। ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ। ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି ।

Advertisment

ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଦଳ ସମସ୍ତ ୪ଟି ଲୋକସଭା ସହ ୧୮ ବିଧାନସଭା ସିଟ୍‌ରେ ବିଜୟୀ ହେବ। ସେପଟେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପିର ଷ୍ଟ୍ରାଟେଜି ମେକର ଅମିତ ଶାହା କହିଛନ୍ତି ଓଡିଶାରେ ଆମେ ଏଥର ୧୭ ଲୋକସଭା ସିଟ୍ ଜିତିବୁ, ରାଜ୍ୟରେ ସରକାର ଗଢ଼ିବୁ।

ସେହିପରି ବିଜେଡି କହିଛି, ପ୍ରଥମ ପର୍ଯ୍ୟାୟର ୨୮ ବିଧାନସଭା ଆସନରୁ ୨୪ଟିରେ ଦଳ ଜୟଯୁକ୍ତ ହେବ। ଏହାସହ ଲୋକସଭାରେ ବି ଭଲ ପ୍ରଦର୍ଶନ କରିବ। ଆଉ କଂଗ୍ରେସର ଦାବି କୋରାପୁଟ ଓ ନବରଙ୍ଗପୁର ଲୋକସଭା ସିଟ୍ ଦଖଲ ସହ ବିଧାନସଭାର ୧୦ ସିଟ୍ ଦଳୀୟ ଖାତାକୁ ଯିବ।

Advertisment

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ, କୋରାପୁଟରେ ୭୬.୯୮ ପ୍ରତିଶତ, କଳାହାଣ୍ଡିରେ ୭୫.୭୧ ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ୧୯ ସାଧାରଣ ନିର୍ବାଚନ ଅପେକ୍ଷା ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ମତଦାନ ହାର ବଢିଥିବାବେଳେ ବ୍ରହ୍ମପୁର ଓ କଳାହାଣ୍ଡିରେ ମତଦାନ ପ୍ରତିଶତ ହ୍ରାସ ପାଇଛି।

ଯାହାକୁ ନେଇ ଗଣନା ବି ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ। ଚଳିତ ଥର ପ୍ରାୟ ସାଢେ ସତ ଲକ୍ଷ ନୂଆ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪ ପ୍ରତିଶତ ବଢିଛି। ଅଧିକ ଭୋଟ୍ ପଡିଥିବା ସଂସଦୀୟ କ୍ଷେତ୍ରରେ ଶାସକ ଦଳ ନେତାଙ୍କ ଛାତି କିନ୍ତୁ ଧଡ୍ ଧଡ୍।

Advertisment

ଏସବୁ ଭିତରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଯେଉଁଥିରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିବ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ