Advertisment

ଅନ୍ତିମ ପର୍ଯ୍ୟାୟ ଭୋଟ୍‌, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୭.୬୯ % ଭୋଟିଂ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି ।

Voting Percentage

Voting Percentage

Advertisment

ରାଜ୍ୟରେ ଆଜି ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ପ୍ରଥମେ ମକ୍‌ ପୋଲ ପରେ ଆରମ୍ଭ ହୋଇଛି ମତଦାନ । ଭୋଟ୍‌ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଦେଖିବାକୁ ମିଳିଛି । ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି । ସେହିପରି ବାଲେଶ୍ୱରରେ ୭.୪୬ %, ଭଦ୍ରକରେ ୭.୭୯ %, ଯାଜପୁରରେ ୭.୭୪ %, କେନ୍ଦ୍ରାପଡ଼ାରେ ୭.୨୭% ଓ ମୟୂରଭଞ୍ଜରେ ୭.୩୩% ପ୍ରତିଶତ ଭୋଟିଂ ହୋଇଛି ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

Advertisment

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ସେହିପରି ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏସବୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ପର୍ଯ୍ୟାୟରେ ଲୋକସଭାରେ ଅନେକ ହେଭିୱେଟ୍‌ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ସୁଦାମ ମାରଣ୍ଡି, ନବ ଚରଣ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ଜେନା, ମଞ୍ଜୁଲତା ମଣ୍ଡଳ, ଅଭିମନ୍ୟୁ ସେଠୀ, ଅନନ୍ତ ପ୍ରସାଦ ସେଠୀ, ଶର୍ମିଷ୍ଠା ସେଠୀ, ରବୀନ୍ଦ୍ର ନାରାୟଣ ବେହେରା, ଅଂଶୁମାନ ମହାନ୍ତି, ବୈଜୟନ୍ତ ପଣ୍ଡା, ରାଜଶ୍ରୀ ମଲ୍ଲିକ, ବିଭୁପ୍ରସାଦ ତରାଇ ।

Advertisment

Last Phase Elections Voting Percentage General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ