୨ ଦିନ ପରେ ଅନ୍ତିମ ପର୍ଯ୍ୟାୟ ଭୋଟ୍, ଯାଜପୁରରେ ଜମୁଛି ହାଇଭୋଲଟେଜ୍ କ୍ୟାମ୍ପେନିଂ

୨ ଦିନ ପରେ ଅନ୍ତିମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଆସନରେ ଏଥିରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଦଳ ଓ ପ୍ରାର୍ଥୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ।

Jajpur Election

୨ ଦିନ ପରେ ଅନ୍ତିମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଆସନରେ ଏଥିରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଦଳ ଓ ପ୍ରାର୍ଥୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ । ପ୍ରଚାର ସରି ଆସୁଥିବା ବେଳେ ଯାଜପୁରରେ ଜମୁଛି ହାଇଭୋଲଟେଜ୍ କ୍ୟାମ୍ପେନିଂ ।

ଯାଜପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଥିଲେ ବି, ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି କଡ଼ା ଟକ୍କର । ବିଜେଡିର ବହୁ ହେଭିୱେଟ ନେତା ଜିଲ୍ଲା ଦାୟିତ୍ୱରେ ଥିବା ବେଳେ, ବିଜେପି ପକ୍ଷରୁ ଯାଜପୁରରେ ଡେରା ପକାଇଛନ୍ତି କେନ୍ଦ୍ରୀୟ ନେତା ଓ ପ୍ରଭାରୀ ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

ଏଥର ଯାଜପୁର ସାଂସଦ ସିଟ୍ ପାଇଁ ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ଓ କଂଗ୍ରେସର ଅଞ୍ଚଳ ଦାସ ମୁହାଁମୁହିଁ ହେଉଛନ୍ତି । ଯାଜପୁର ଜିଲ୍ଲାକୁ ଏକଦା ବିଜେଡିର ଗଡ଼ କୁହାଯାଉଥିବା ବେଳେ, ମୋଦିଙ୍କ ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଏହି ଗଡ଼ ଭୁଶୁଡ଼ାଇବାକୁ କସରତ ଚଳାଇଛି ବିଜେପି ।

ଯାଜପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା ଆସନରେ ବି ରୋଚକ ଲଢ଼େଇ । ମୈଦାନରେ ହେଭିୱେଟ ନେତା ଓ ସିନେ ସେଲିବ୍ରିଟି । କୋରେଇରେ ଅଭିନେତା ତଥା ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ଓ ବଡ଼ଚଣାରେ ଅଭିନେତ୍ରୀ ତଥା ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ଜମୁଛି ଭିଡ଼ । ଆକାଶଙ୍କ ପାଇଁ ପ୍ରଚାର କରୁଛନ୍ତି ତାଙ୍କ ଧର୍ମପତ୍ନୀ ଶୁଭ୍ରଜ୍ୟୋତି ।

କୋରେଇରେ ଆକାଶଙ୍କୁ ଟକ୍କର ଦେବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦୁଇ ପୁଅ ବବି ଓ ଭବପ୍ରକାଶ । ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ ଓ ବିଜେପିର ପ୍ରଦୀପ ବଳସାମନ୍ତଙ୍କ ମଧ୍ୟରେ ଜୋରଦାର ଫାଇଟ୍ ହେବାକୁ ଥିବା ବେଳେ, ପୁଅ ପ୍ରୀତିରଞ୍ଜନଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ବାପା ପ୍ରଫୁଲ୍ଲ ଘଡ଼େଇ ।

ସେପଟେ ବରିରେ ବଳ ଗୋଟାଉଛନ୍ତି ବିଜେଡି ଛାଡ଼ି କଂଗ୍ରେସକୁ ଡେଇଁଥିବା ଦେବାଶିଷ ନାୟକ । ଶେଷ ପଯ୍ୟାୟ ଭୋଟ୍ ଜୁନ୍ ୧ରେ ମତଦାନ କରିବେ ଯାଜପୁରର ଜନତା । ସେମାନେ କାହାକୁ ଭରସା କରୁଛନ୍ତି ଓ କାହାକୁ କରୁଛନ୍ତି ବାଏ ବାଏ, ତାହା ସ୍ପଷ୍ଟ ହେବ ଆସନ୍ତା ୪ ତାରିଖରେ ।

ଅଧିକ ପଢ଼ନ୍ତୁ: ବାରମ୍ବାର ଅପମାନ ! ପ୍ରଥମେ ସଭାରେ ନବୀନଙ୍କ ହାତକୁ ଟାଣିଲେ, ଏବେ ଗୋଡ଼ରେ ଖେଞ୍ଚିଲେ !