Advertisment

୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା; ୫୦ ପ୍ରତିଶତ ଯୁବ ଓ ମହିଳାଙ୍କୁ ଟିକେଟ୍...

Lok Sabha Elections 2024: ୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା ।  ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍  ।

author-image
Otv Khabar Bureau
undefined

Lok Sabha elections 2024

ମିଶନ ୨୪ ପାଇଁ ବିଜେପିର ବଡ଼ ଗୋଟି ଚାଳନା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାୟ ୩୫ ପ୍ରତିଶତ ସିଟରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ସବୁ ବର୍ଗକୁ ସାମିଲ କରିବା ସହ ପ୍ରାୟ ୫୦ ପ୍ରତିଶତ କେବଳ ଯୁବ ଓ ମହିଳା ଚେହେରାଙ୍କୁ ସାମ୍ନାକୁ ଆଣିଛି। କୁହାଯାଉଛି ଓଡ଼ିଶାରେ ଏକା ସାଙ୍ଗେ ଲୋକସଭା ସହ ବିଧାନସଭା ନିର୍ବାଚନ ଥିବାରୁ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନାହିଁ।

Advertisment

ବିଜେପି ପ୍ରାର୍ଥୀ ତାଲିକାରେ ଆଗରେ ଯୁବ, ମହିଳାଙ୍କୁ ବି ଗୁରୁତ୍ବ । SC, ST, OBC ସବୁ ବର୍ଗଙ୍କୁ ପ୍ରାଧାନ୍ୟ । ଆଗୁଆ ଟିକେଟ ରେସରେ ବିଜେପି ପ୍ରଥମେ ଘୋଷଣା କରିଛି ପ୍ରାର୍ଥୀ ତାଲିକା। ୨୪ ମହାସଂଗ୍ରାମ ପାଇଁ ୧୯୫ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ଯେଉଁଥିରେ ରହିଛନ୍ତି ୪୭ ଯୁବ ଚେହେରା। ଅର୍ଥାତ ୫୦ ବର୍ଷରୁ କମ୍ । ସେହିପରି ୨୮ ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଛି ବିଜେପି । ୫୭ ଜଣ ଓବିସି, ୨୭ ଏସସି ଏବଂ ୧୮ ଏସଟି ଚେହେରାଙ୍କୁ ସାମ୍ନାକୁ ଆଣିଛି ଦଳ । 

ଯଦିଓ ପ୍ରଥମ ତାଲିକାରେ ଓଡ଼ିଶାରୁ କୌଣସି ବି ନାଁ ନାହିଁ। ଏକା ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର କୌଣସି ପ୍ରାର୍ଥୀଙ୍କ ନାଁ ଏହି ପର୍ଯ୍ୟାୟରେ ସ୍ଥାନ ପାଇ ନାହିଁ । ତେବ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆଜି ସୁଦ୍ଧା ସବୁ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆସିବା ପରେ ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପରେ କେନ୍ଦ୍ରକୁ ନାଁ ପଠାଯିବ ।

Advertisment

ଚର୍ଚ୍ଚା ହେଉଛି ଓଡ଼ିଶାରେ ମଧ୍ୟ ସମାନ ଢାଞ୍ଚାରେ ଦଳ ପ୍ରସ୍ତୁତ କରିଛି ତାଲିକା । ରାଜ୍ୟର ୨୧ ଲୋକସଭା ଆସନରୁ ପ୍ରାୟ ୭ଟି ଆସନରେ ପ୍ରାର୍ଥୀ ବଦଳାଇପାରେ ଦଳ। ଯୁବ ଓ ମହିଳାଙ୍କୁ ମିଳିବ ପ୍ରାଧାନ୍ୟ । ଏପଟେ କଂଗ୍ରେସ ଓ ବିଜେଡି ମଧ୍ୟ ପ୍ରାର୍ଥୀ ଚୟନ ଅଙ୍କ କଷା ଆରମ୍ଭ କରିଛନ୍ତି ।

 ନିକଟରେ ଦିଲ୍ଲୀରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ସରିଛି । ଯେଉଁଥିରେ ଲୋକସଭା ପ୍ରାର୍ଥୀ ତାଲିକାଙ୍କୁ ନେଇ ଆଲଚନା ପ୍ରାୟ ଚୂଡାନ୍ତ ହୋଇଛି । ପୁଣି ଆସନ୍ତା ୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ବସି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ। ଯଦିଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାୟ ୭୦ ପ୍ରାର୍ଥୀ ଘୋଷଣା ପାଇଁ ଦଳ ଘୋଷଣା କରିଥିଲା, ହେଲେ ତାହା ବିଳମ୍ବ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ବିଜେଡି ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଘୋଷଣା ଅଙ୍କ ।

ଯଦିଓ ପ୍ରାୟ ୫୦ ପ୍ରତିଶତ ବିଧାୟକଙ୍କୁ ଟିକେଟ ମିଳିବା ସମ୍ଭାବନା ନେଇ ଦଳ ଇସାରା ଦେଇ ସାରିଛି । ହେଲେ ବାକି ୫୦ ପ୍ରତିଶତରେ ପ୍ରାର୍ଥୀ କିଏ ହେବେ ବିଶେଷ କରି ଲୋକସଭା ପାଇଁ ପ୍ରାର୍ଥୀ ଗଣିତ ଦଳ ପାଇଁ ଏବେ ଅଡୁଆ ହୋଇଛି । ଏପଟେ ଦିନକୁ ଦିନ ବଢୁଛି ଆଶାୟୀଙ୍କ ସଂଖ୍ୟା । ନବୀନ ନିବାସ ଆଗରେ ଲାଗୁଛି ଲମ୍ବା ଲାଇନ । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପ୍ରାୟ ୩୫ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସାରି ଦେଇଛି ବିଜେପି । ଦଳର ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଓଡିଶାର କିଛି ଲୋକସଭା ପାଇଁ ମଧ୍ୟ ପ୍ରାର୍ଥଙ୍କ ନାଁ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। 

ବାରିପଦାରୁ ମାଣିକଲାଲ ପାଣି, ଭୁବନେଶ୍ବରରୁ ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି… 

BJP General Elections 2024
Advertisment
Advertisment