congress protest
ପିସି ମାଗି ହଟହଟା ହେଲେ ସରକାରୀ ଅଧିକାରୀ । ପିସି ମାଗିଲେ ବୋଲି ଖୋଲି ଦେଲେ ପ୍ୟାଣ୍ଟସାର୍ଟ । ରାସ୍ତା ପାଇଁ ଲାଞ୍ଚ ମାଗିବାରୁ ସରକାରୀ ବାବୁଙ୍କୁ ଆଜି ଅଭିନବ ଢଙ୍ଗରେ କଂଗ୍ରେସ ପ୍ରତିବାଦ ଜଣାଇଛି । ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି ।
ସୂଚନା ମୁତାବକ, କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । ତେବେ ରାସ୍ତା କାମ ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ କରି ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବ୍ରଜକିଶୋର ସାହୁ ଓ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ଅନେକ କର୍ମୀ ।
ବ୍ରଜକିଶୋର ନିଜ ପ୍ୟାଣ୍ଟ ସାର୍ଟ ଖୋଲିବା ସହ ପିସି ପାଇଁ ନିଜ ସହ ଆଣିଥିଲେ ପନିପରିବା । ସେହିପରି ମାନସ ଚୌଧୁରୀ ନିଜ ବେକରେ ଏକ ‘ନେମ୍ ପ୍ଲେଟ୍’ ପକାଇ ପ୍ରତିବାଦ କରିଥିଲେ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ । ୭ ଦିନରେ ରାସ୍ତା କାମ ହୋଇଯିବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688462420.jpg)