Advertisment

ନୂଆବର୍ଷରେ ନୂଆ କଂଗ୍ରେସ ପ୍ରଭାରୀଙ୍କ ରଣନୀତି, ନେତାଙ୍କୁ ଟାସ୍କ ଦେଲେ ଅଜୟ କୁମାର

ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି।

undefined

New Congress In-Charge

Advertisment

ନୂଆବର୍ଷରେ କଂଗ୍ରେସକୁ ମିଳିଲା ନୂଆ ପ୍ରଭାରୀ। ଆଉ ନୂଆ ପ୍ରଭାରୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଏବେ ପୁରା ଉତ୍ସାହିତ। ଦାୟିତ୍ୱ ପାଇବା ପରେ ପ୍ରଭାରୀ ଅଜୟ କୁମାର ଆଜି ଓଡ଼ିଶା ଆସି କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ତା ସହ ମାଷ୍ଟର ପ୍ଲାନ୍ ବି ବତେଇଛନ୍ତି। ତେବେ ଅଜୟଙ୍କ ବିଜୟ ମନ୍ତ୍ର କେତେ କାମ ଦେଉଛି ତାକୁ ନେଇ ଆକଳନ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜନୀତି ବି ଘନେଇଛି।

Advertisment

ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି। ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଏ ବିଶାଳ ରାଲିରେ ପ୍ରଭାରୀଙ୍କୁ ଅଣାଯାଇଥିଲା। ଆଉ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। ଯେଉଁଥିରେ ନେତାଙ୍କୁ ପ୍ରଥମ ଦିନରୁ ଟାସ୍କ ଦେଇଛନ୍ତି ଅଜୟ କୁମାର।

ବରିଷ୍ଠ ନେତାଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କାହା ନାଁ ରେ ଅଭିଯୋଗ ବଦଳରେ ଗଠନ ମୂଳକ ଯୋଜନା ପାଇଁ ଦେଇଛନ୍ତି ଆହ୍ୱାନ। କହିଛନ୍ତି ୨୪ ନିର୍ବାଚନ ପାଇଁ ଟିକେଟ ବଣ୍ଟନର ମୂଳ ଆଧାର ହେବ ୱିନାବିଲିଟି । AICC ଫୋକସରେ ଓଡ଼ିଶା ଥିବାରୁ ମତଭେଦ ଛାଡ଼ି ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଣ ଓଡ଼ିଆ ଶାସନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଅଜୟ କୁମାର।

Advertisment

ସାଧାରଣ ନିର୍ବାଚନ ପାଖଉଥିବା ବେଳେ ରାଜ୍ୟ ରାଜନୀତି ସରଗରମ। କଂଗ୍ରେସ ନିଜ ଅସଜଡା ଘର ସଜାଡ଼ିବା ବିଳମ୍ବରେ କାମ ଆରମ୍ଭ କରିଛି। ଯାହାକୁ ନେଇ ବୟାନ ବାଜି ବି ଆରମ୍ଭ ହୋଇଛି। ବିଜେପି କହିଛି କଂଗ୍ରେସ ରଣନୀତି ଓଡ଼ିଶାରେ କାମ ଦେବନି। ସେପଟେ ଶାସକ ବିଜେଡିର ଦୃଢୋକ୍ତି ନିର୍ବାଚନ ପାଖେଇଲେ ଜାତୀୟ ଦଳର ନେତା ଆସି କ୍ଷେତ୍ର ପ୍ରସ୍ତୁତି କରନ୍ତି। କିନ୍ତୁ ତା’ର ପ୍ରଭାବ କିଛି ନ ଥାଏ। ନୂଆ ପ୍ରଭାରୀଙ୍କୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ। ତେବେ ଦଳକୁ ଏହା କେତେ ଫାଇଦା ଦେଉଛି ତା ଉପରେ ନଜର।

Odisha News Congress OPCC AICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ