Advertisment

୯ଜଣଙ୍କୁ ପୁଣି ଦାୟିତ୍ୱ, ୭ ନୂଆ ମୁହଁ !

ମୁଖ୍ୟମନ୍ତ୍ରୀ ଏମାନଙ୍କ ଉପରେ ଆସ୍ଥାରଖି ମନ୍ତ୍ରିମଣ୍ଡଳରେ ପୁଣି ସ୍ଥାନ ଦେଇପାରନ୍ତି ।

ଅଦ୍ୟତନ ହୋଇଛି
Odisha cabinet Reshuffle

Odisha cabinet Reshuffle

Advertisment

ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ୯ଜଣଙ୍କୁ ପୁଣି ଥରେ ସ୍ଥାନ ମିଳିପାରେ। ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ନବ କିଶୋର ଦାଶ, ସମୀର ରଂଜନ ଦାଶ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାରକା ଓ ତୁଷାରକାନ୍ତି ବେହେରା ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ଏଥିସହ ୫ଜଣ ପୁରୁଣା ମୁହଁକୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।

Advertisment

ପ୍ରମିଳା ମଲିକ, ଉଷା ଦେବୀ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ ଅମାତ। ମୁଖ୍ୟମନ୍ତ୍ରୀ ପୁଣି ଥରେ ସେମାନଙ୍କ ଉପରେ ଆସ୍ଥାରଖି ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି। ୭ଜଣ ନୂଆମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେମାନେ ହେଲେ ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ବାସନ୍ତୀ ହେମ୍ବମ୍, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରୀତା ସାହୁ ଓ ପ୍ରୀତି ରଂଜନ ଘଡାଇ।

ନବୀନଙ୍କ ନୂଆ ଟିମ୍ ଆଜି ଶପଥ ନେବ। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୨୧ ମନ୍ତ୍ରୀ ଆଜି ସାମିଲ ହୋଇପାରନ୍ତି । 

Advertisment
Odisha Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ