Cabinet Meeting
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ। ଏହି କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବରେ ଲାଗିଲା ମୋହର । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି ନିଷ୍ପତ୍ତି କାଏମ ରଖାଯାଇଛି।
ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି, IIPH ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ନୂଆ ଇ-ବସ୍ କିଣି ଚଲାଇବେ ରାଜ୍ୟ ସରକାର। ସହରାଞ୍ଚଳରେ LED ଲାଇଟ୍ ପାଇଁ ୩୧୨ କୋଟି ୧୮ ଲକ୍ଷ ଅନୁମୋଦନ କରାଯାଇଛି। ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ବୋଲି କ୍ୟାବିନେଟ୍ ମିଟିଂ ଶେଷରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703943857.jpg)