/odishatv-khabar/media/post_attachments/uploadimage/library/16_9/16_9_0/SHG_Women_1708092999.jpg)
SHG Women
ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା। ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ ୧ ହଜାର ଲେଖାଏଁ ମିଳିବ। SHG ଏଜିକ୍ୟୁଟିଭ୍ ମେମ୍ବର ମାନଙ୍କୁ ମିଳିବ ଆଉ ୨ ହଜାର। ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ। SHG ସଦସ୍ୟାଙ୍କୁ ୟୁନିଫର୍ମ ଦେବା ନେଇ କ୍ୟାବିନେଟ ନିଷ୍ପତ୍ତି। ୟୁନିଫର୍ମ ଓ ବ୍ଲେଜର ବାବଦରେ ମୋଟ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ।
ନିକଟରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍।
ରାଜ୍ୟର ମୋଟ ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ। ଏହାଛଡ଼ା ରାଜ୍ୟ କ୍ୟାବିନେଟରେ ରାଜଧାନୀରେ ବିଭିନ୍ନ ଅନୁଷ୍ଠାନକୁ ମାଗଣା ଜମି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି। ୟୁନିଟ-୪ ମଧୁସୂଦନ ନଗର ମସଜିଦ ପାଇଁ ୨.୭୦ କୋଟିର ଜମି ପ୍ରିମିୟମ ଛାଡ଼, ଭୌମ ନଗର କ୍ୟାପିଟାଲ ମସଜିଦ କମିଟିକୁ ୩.୭୦ କୋଟିର ପ୍ରିମିୟମ ଛାଡ଼, ମେହେର ସମାଜର ଗଙ୍ଗାଧର ମେହେର ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼, ଅଘରିଆ ସଂପ୍ରଦାୟ ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼ ଏବଂ ଗୋଣ୍ଡ୍ ଭବନ ପାଇଁ ଚନ୍ଦ୍ରଶେଖରପୁରରେ ୫.୦୬ କୋଟିର ପ୍ରିମିୟମ ଛାଡ଼ କରାଯାଇଛି।
ଏହାଛଡ଼ା ‘ସ୍ୱୟଂ’ ଯୋଜନାରେ ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ। ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ସୁଧମୁକ୍ତ ୧ ଲକ୍ଷର ଋଣ ମିଳିବ। ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବ। ଏସ୍ସି/ଏସ୍ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ। ଋଣ ପରିଶୋଧ ସମୟ ୪ ବର୍ଷ ରହିବ, ପ୍ରକ୍ରିୟା ଫି’ ପଡ଼ିବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)