Advertisment

ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।

ଅଦ୍ୟତନ ହୋଇଛି
ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

BJP Target EC

Advertisment

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ବିଜେପିର ଟାର୍ଗେଟ୍। ପାଖାପାଖି ୩ ବର୍ଷ ପୂରିବାକୁ ଯାଉଥିଲେ ବି ପୌର ନିର୍ବାଚନ ହୋଇନଥିବାରୁ କମିଶନ୍‌ଙ୍କ କଡ଼ା ସମାଲୋଚନା। ଗୋଟିଏ ପଟେ ପୌର ନିର୍ବାଚନ ବାକି ଅଛି, ଅନ୍ୟପଟେ ପଂଚାୟତ ଭୋଟ୍ ପାଇଁ ରାଜ୍ୟ ନିର୍ବାଚନ କମିଶନ୍ ପ୍ରସ୍ତୁତି ଆରମ୍ଭ କରିଥିବାରୁ ବିଜେପି ଆଜି ଏକ ସାମ୍ବାଦିକ ସମ୍ମଳନୀରେ କମିଶନଙ୍କ ବିରୋଧରେ ଗର୍ଜିଛି। ଦଳ ଅଭିଯୋଗ କରିଛି, ଜନ ପ୍ରତିନିଧିମାନଙ୍କୁ ବଂଚିତ କରି ସରକାର ଅଫିସରମାନଙ୍କ ହାତରେ ପୌର ସଂସ୍ଥାଗୁଡ଼ିକୁ ଟେକି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍। ନିଜର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାରେ ଫେଲ୍ ମାରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି। ନଚେତ୍ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସ୍ପଷ୍ଟ କରିଛି। ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଶନ କମିଶନ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବୁ ବୋଲି ଦଳ କହିଛି।

ବିଜେପିର ଅଭିଯୋଗ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନ୍ ପ୍ରତିକ୍ରିୟା ଦେବାକୁ  ମନା କରିଦେଇଛନ୍ତି। ସେପଟେ ବିଜେଡି କହିଛି, ରାଜ୍ୟ ନିର୍ବାଚନ କମିଶନ୍ ଭଲି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପି ଅସମ୍ମାନ କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଯଦି ଦଳର କୌଣସି ଅଭିଯୋଗ ଅଛି ତେବେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇ ମତ ରଖିପାରିବେ। ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

Advertisment

ରାଜ୍ୟରେ ୨୦୧୮ ସେପ୍ଟେମ୍ବର ମାସରୁ ପୌର ନିର୍ବାଚନ ହୋଇନି। ଫଳରେ ଜନ ପ୍ରତିନିଧିଙ୍କ ସ୍ଥାନରେ ସରକାରୀ ଅଧିକାରୀ ପୌର ସଂସ୍ଥା ଦାୟିତ୍ୱରେ ରହିଛନ୍ତି। ସେପଟେ କିନ୍ତୁ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କମିଶନ୍। ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ନିର୍ବାଚନ କମିଶନ୍ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲେ। ସୀମା ପୁନଃ ନିର୍ଦ୍ଧାରଣର ଆବଶ୍ୟକ ନାହିଁ ବୋଲି ରାଜ୍ୟ ସରକାର ଜଣାଇବା ସହ ଆସନ ସଂରକ୍ଷଣ ପ୍ରସଙ୍ଗ ବିଚାରଧୀନ ଥିବା କହିଥିଲେ। ନିର୍ବାଚନ ଠିକ୍ ସମୟରେ ନହେବା ପାଇଁ ଉଭୟ କମିଶନ୍ ଓ ରାଜ୍ୟ ସରକାର ଦାୟୀ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ପୌର ହେଉ କି ପଞ୍ଚାୟତ ନିର୍ବାଚନ ସବୁଠି ବାଧକ ସାଜିଛି ଆସନ ସଂରକ୍ଷଣ। କାରଣ, ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ସରକାର ଏ ସଂପର୍କରେ କୌଣସି ନିଷ୍ପତ୍ତି ନନେଇ ଝୁଲାଇ ରଖିଛନ୍ତି।

Advertisment

ରିପୋର୍ଟ: ସୌମ୍ୟରଂଜନ ସାହୁ, ବଳରାମ ମହାନ୍ତି, ହରିହର ଚାନ୍ଦ

Odisha News Election Commission BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ