BJP President Targets Congress
ପ୍ରେସମିଟ୍ କଲେ, ପ୍ରବଳ ବର୍ଷିଲେ। ଆଜି ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛିଦିନ ହେଲା ବିଧାନସଭାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରାଯାଇଛି। ବିଧାନସଭା ମର୍ଯ୍ୟାଦାର ଉଲ୍ଲଙ୍ଘନ କରାଯାଇଛି। କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି । ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ । ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ । ଏମିତି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ।
ଏପଟେ ବିଧାନସଭା ଅଭିମୁଖେ କଂଗ୍ରେସ ନେତା ଓ କର୍ମୀ। ଶହ ଶହ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଛନ୍ତି। ବିଧାନସଭା ଘେରାଉ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଭୁବନେଶ୍ବରରେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କଂଗ୍ରେସ କର୍ମୀମାନେ। ନାରୀ ନିର୍ଯାତନା ପ୍ରତିବାଦରେ ବିକ୍ଷୋଭ କରୁଛି କଂଗ୍ରେସ। ଅନ୍ୟପଟେ ବିଧାନସଭାରେ ସ୍ବାଭାବିକ ଚାଲିଛି ଗୃହକାର୍ଯ୍ୟ। କଂଗ୍ରେସର ସବୁ ବିଧାୟକ ଗୃହରୁ ସସପେଣ୍ଡ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ପାଇଁ ସପ୍ତାହେ ପାଇଁ ନିଲମ୍ବିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: କଂଗ୍ରେସ ନେତାଙ୍କ ଉଗ୍ର ରୂପ; ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ
ଅନ୍ୟପଟେ ବିଧାନସଭାରେ ଗଙ୍ଗାଜଳ ରାଜନୀତି । ବିଧାନସଭା ଭିତରେ ଓ ବାହାରେ ଗଙ୍ଗାଜଳ ଛିଞ୍ଚି ବିଜେଡି ବିଧାୟକ ପ୍ରତିବାଦ କରିଛନ୍ତି। ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରି ଗୃହ ମଧ୍ୟରେ ଗଙ୍ଗା ଜଳ ପକେଇଥିଲେ। ବିଜେଡି ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ। ଯାହା ପରେ ବିଜେଡିର ବିଧାୟକ ମାନେ ବାହାରକୁ ଚାଲିଯାଇଥିଲେ।
ସେପଟେ ବିଧାନସଭା ଅପବିତ୍ର ନୁହେଁ, ସେମାନେ ଅପବିତ୍ର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ। ଆମେ ମହାକୁମ୍ଭରୁ ପବିତ୍ର ଜଳ ଆଣିଛୁ। ଆମ ପାଖକୁ ସେମାନେ ଆସିଲେ ଆମେ ସିଞ୍ଚନ କରି ସେମାନଙ୍କୁ ପବିତ୍ର କରିବୁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743056892.jpg)