Advertisment

ଖାଲି ରାଜନେତା ନଥିଲେ, ଭଲ ସାହିତ୍ୟିକ ମଧ୍ୟ ଥିଲେ ବିଧାୟକ ବିଷ୍ଣୁ ସେଠୀ

ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ

ଅଦ୍ୟତନ ହୋଇଛି
Bishnu Sethi Death

Odisha BJP legislator Bishnu Sathi dies at 61

Advertisment

ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। 

Advertisment

ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ। ଖାଲି ରାଜନୈତିକ କ୍ଷେତ୍ରରେ ନୁହେଁ ବରଂ ସାମ୍ବାଦିକତା ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ। 

ଜାଣନ୍ତୁ, କେମିତି ଥିଲା ବିଷ୍ଣୁ ସେଠୀଙ୍କ ରାଜନୈତିକ କ୍ୟାରିୟର...

  • ବିଷ୍ଣୁ ସେଠୀ ଏକାଧାରରେ ଜଣେ ରାଜନେତା ଓ  ସାହିତ୍ୟିକ ଥିଲେ
  • ସେ ୨୦୦୦ରୁ ୨୦୦୪ ଯାଏ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ  
  • ୨୦୦୬ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଥିଲା  
  • ୨୦୧୯ରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ
  • ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ ବିଷ୍ଣୁ
  • ରାଜନୈତିକ ଜୀବନ ପୂର୍ବରୁ RSSରେ ସକ୍ରିୟ ସଦସ୍ୟ ଥିବା ବିଷ୍ଣୁ ପରବର୍ତ୍ତୀ ସମୟରେ ବିଜେପି ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ।ପରେ ବିଜେପି ଜାତୀୟ କାଉନସିଲର ସଦସ୍ୟ, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ଜନଜାତି ମୋର୍ଚ୍ଚାର ଉପସଭାପତି, ବିରୋଧୀ ଦଳ ଉପନେତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ବିଷ୍ଣୁ ସେଠୀ ଥିଲେ
  • ସୀମିତ ନଥିଲା ବିଷ୍ଣୁଙ୍କ ପରିଚୟ। ସାମ୍ବାଦିକତା ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ।
  • ବିଶେଷ ଖବର, ଘାସଫୁଲ, ଶିରୋନାମା ଶିରୋଧାର୍ଯ୍ୟ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ସମ୍ଭାଳିଥଇଲେ ବିଷ୍ଣୁ।
  • ନିରାମୟ ଆକାଶ ତଳେ ଓ ନିଶ୍ୱ ମାଟିର ସ୍ୱର ନାମକ ଦୁଇଟି କାବ୍ୟ ପୁସ୍ତକର ରଚୟିତା ଥିଲେ ବିଷ୍ଣୁ
  • ୧୯୬୧ ମସିହା ଜୁନ୍ ୫ ତାରିଖରେ ସେ ଭକ୍ରକ ଜିଲ୍ଲା ତିହିଡିରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ହିଁ ମା’ଙ୍କୁ ହରାଇଥିବା ବିଷ୍ଣୁଙ୍କୁ ବାପା ଗୟାଧର ସେଠୀ ମଣିଷ କରିଥିଲେ। ଭଦ୍ରକ  ତିହିଡି ହାଇସ୍କୁଲରୁ ମାଟ୍ରିକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ। ପରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ବିଷ୍ଣୁ।  
Advertisment
Bishnu Sethi BJP Leader Bishnu Sethi Dhamnagar MLA Bishnu Sethi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ