Advertisment

ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ, ଆଜି ଦ୍ୱିତୀୟ ଦିନ

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।

author-image
Pallipuspa Samal
ଅଦ୍ୟତନ ହୋଇଛି
Odisha BJP Executive

Odisha BJP Executive

ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ୨ ଦିନିଆ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ତଥା ଅନ୍ତିମ ଦିନ । ପ୍ରଥମ ଦିନରେ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନ୍ତ୍ର ଦେଇଥିଲେ। ବିଜୟର ଶ୍ରେୟ ଦେଲେ, କିଛି ଟାସ୍କ ବି ଦେଲେ। ଶାସକ ଦଳରେ କର୍ମୀଙ୍କ ଭୂମିକା କଣ ରହିବ, ସେନେଇ ଦିଶା ବି ଦେଇଛନ୍ତି।

Advertisment

ରାଜ୍ୟରେ ୨୫ ବର୍ଷ କ୍ଷମତାରେ ରହିବାକୁ ପକାଇଛନ୍ତି ମୂଳଦୂଆ। ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ କାଉନସେଲିଂ କରିଛନ୍ତି ଅଧ୍ୟକ୍ଷ ନଡ୍ଡା । ପଦାଧିକାରୀ ବୈଠକରେ ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍ ଦେବା ସହ ଜନତା ଓ ସରକାର ଭିତରେ ସଂଗଠନ ସେତୁ ଭଳି କାମ କରିବ ବୋଲି କହିଥିଲେ।

ଏପଟେ ବିଜୟ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରୀୟ ନେତା ମାନଙ୍କ ନିର୍ବାଚନ ପରିଚାଳନା ପ୍ରତି କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିଜେପି ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି। ୧୦୦ ଦିନ ଭିତରେ ସବୁ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ହେବ। ଏଥିସହ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଙ୍ଗଠନ ମଜବୁତ କରିବା ପାଇଁ ସେ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

Puri Odisha BJP
Advertisment
Advertisment