Advertisment

ବୈଜୟନ୍ତଙ୍କ ଦମ୍ଭୋକ୍ତି ‘୨୪ରେ ଓଡ଼ିଶାରେ ସରକାର ଗଢିବ ବିଜେପି'

'ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପିର ସ୍ବତନ୍ତ୍ର ରଣନୀତି । କାମ କରିବନି ମନି ପାୱାର, ମସଲ ପାୱାର ଏବଂ ଅଧିକାରୀ ପାୱାର'

Baijayanta Panda

Baijayanta Panda

Advertisment

ଗତକାଲି ଛତିଶଗଡ ଜିତିଥିଲୁ, ଆସନ୍ତାବର୍ଷ ଓଡ଼ିଶା। ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏଠାରେ ୨୫ ବର୍ଷର ସରକାରକୁ ହଟାଇବା ଅସମ୍ଭବ ବୋଲି ଯେଉଁ ମାହୋଲ ତିଆରି କରାଯାଉଛି ତାକୁ ଭୁଲ୍ ସାବ୍ୟସ୍ତ କରିବ ବିଜେପି। ଏଠାରେ ମନି ପାୱାର, ମସଲ ପାୱାର ଏବଂ ଅଫିସର ପାୱାର କିଛି କାମ କରିବନି ବୋଲି କହିଛନ୍ତି ବୈଜୟନ୍ତ।

Advertisment

କେନ୍ଦ୍ରାପଡା ମହାକାଳପଡା ନିର୍ବାଚନମଣ୍ଡଳୀର ଅଙ୍ଗୁଳାଇ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ବୁଥ୍ ଓ ପଂଚାୟତ ସ୍ତରୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ