Odisha BJP accuses state govt over supplying electricity to Tamil Nadu
ରାଜ୍ୟରେ ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲା ବିଜେପି । ପ୍ରେସ୍ମିଟ୍ କରି ଦଳ କହିଛି, ଓଡ଼ିଶାବାସୀଙ୍କ ହକ୍ର ବିଦ୍ୟୁତ୍କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ର ତାଲାବିରା ଠାରେ ନାଭେଲି ଲିଗ୍ନାଇଟ କର୍ପୋରେସନ ୩୨ ଶହ ମେଗାୱାଟ୍ର ପାୱାର ପ୍ଲାଣ୍ଟର ୧୫ ଶହ ମେଗାୱାଟ୍ ତାମିଲନାଡୁକୁ ଦିଆଯାଉଛି ।
କେନ୍ଦ୍ର ସରକାରଙ୍କ କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ଅନୁସାରେ, ଯେଉଁ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହେବ, ଉତ୍ପାଦିତ ବିଦ୍ୟୁତ୍ରୁ ୫୦ ପ୍ରତିଶତ ରାଜ୍ୟ ନେବ । ସେହି ଅନୁପାତରେ, ଓଡ଼ିଶା ୧୬୦୦ ମେଗାୱାଟ୍ ବିଦ୍ୟୁତ ପାଇବା କଥା, ମାତ୍ର ରାଜ୍ୟକୁ ମିଳୁଛି ମାତ୍ର ୮ଶହ ମେଗାୱାଟ୍ ବିଦ୍ୟୁତ୍ ।
ଏ ଲୁଟ୍ ପ୍ରତିଦିନ ପ୍ରତି ଓଡ଼ିଆଙ୍କ ପାଖରୁ ହେଉଛି । ତଥ୍ୟ ଅନୁଯାଇ ସର୍ବ ଭାରତୀୟ ସ୍ତରରେ ଖାଉଟି ଯେତିକି ବିଦ୍ୟୁତ୍ ଶୁଳ୍କ ଦେଉଛନ୍ତି ତା’ଠାରୁ, ଓଡ଼ିଶାରେ ଖାଉଟି ୮୦ ପଇସା ଅଧିକ ଶୁଳ୍କ ଦେଉଥିବା ଅଭିଯୋଗ କରିଛି ବିଜେପି । ଖବର ଲେଖାଯିବା ସୁଦ୍ଧା ଏନେଇ ଶକ୍ତିମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700137235.jpg)