Advertisment

କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି ଫିକ୍ସିଂ: ବିଜେପି

ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ଭୁବନେଶ୍ୱର: ବିଧାନସଭା ଚାଲିନ ପାରିବା ପ୍ରସଙ୍ଗରେ ପରସ୍ପରକୁ ଦୋଷ ଦେଇଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ଗୋଟିଏ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ଦଳ ନିଜ ଆଭିମୁଖ୍ୟ ରଖୁନାହିଁ। ଗତକାଲି ଚାଷୀ ପ୍ରସଙ୍ଗ ଉଠାଇଥିବା ବେଳେ ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛି ବିଜେପି। ସେପଟେ କଂଗ୍ରେସ ଓ ବିଜେଡି ମଧ୍ୟରେ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

Advertisment

ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ।

ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଷ୍ଟାଫ୍ ସିଲେକସନ କମିଶନ ଦୁର୍ନୀତିକୁ ନେଇ ହଟ୍ଟଗୋଳ କରିଥିଲା କଂଗ୍ରେସ। ଏହା ପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

Advertisment
Odisha News Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ