Advertisment

ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ

୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ

ଅଦ୍ୟତନ ହୋଇଛି
Odisha Assembly Deputy Speaker Election

Odisha Assembly Deputy Speaker election

Advertisment

ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ । 

Advertisment

ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ୨୦୦୪ ମସିହାରୁ ରଜନୀକାନ୍ତ ସିଂ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଥିଲେ । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ସେ ଇସ୍ତଫା ଦେଇଥିବା କହିଥିଲେ ।

ସୂଚନାଯୋଗ୍ୟ ବିଜେଡିକୁ ଏବେ ଠାରୁ ଘାରିଲାଣି ସଂଗଠନ ଚିନ୍ତା। କାରଣ ୫ମାସ ପରେ ସାଧାରଣ ନିର୍ବାଚନ। ସଂଗଠନ ସଜାଡିବାକୁ ଏବେ ବିଜେଡି, ଦଳର ବରିଷ୍ଠଙ୍କୁ ଦାୟିତ୍ୱ ଦେବା ଆରମ୍ଭ କରିଛି । ଯେଉଁ ସବୁ ଜିଲ୍ଲାରେ ଅନ୍ତଃକନ୍ଦଳ ତୀବ୍ର ଏବଂ ପ୍ରମୁଖ ବିରୋଧୀ ବିଜେପି ସ୍ଥିତିକୁ ମଜବୁତ କରୁଛି ସେସବୁ ସ୍ଥାନରେ ଦଳ ବରିଷ୍ଠ ନେତାଙ୍କ ଉପରେ ଭରସା କରୁଛି।

Advertisment
Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ