Advertisment

ନିର୍ବାଚନରେ ଜାତି କାର୍ଡ ଖେଳିବ କି ବିଜେଡି? ଓବିସି ସର୍ଭେ ଉପରେ ବିଜେଡିର ଫୋକସ୍

ପଛୁଆ ବର୍ଗ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ଫର୍ମ ଭରିବାକୁ ପଡ଼ିବ। ସର୍ଭେ ସେଣ୍ଟରକୁ ଯାଇ କିମ୍ବା ଅନଲାଇନ୍ ଜରିଆରେ ଫର୍ମ ପୂରଣ କରି ହେବ।

OBC census sparks political slugfest in Odisha

OBC census sparks political slugfest in Odisha

Advertisment

୨୪ ବୈତରଣୀ ପାର ପାଇଁ ବିଜେଡିର ନୂଆ ଷ୍ଟ୍ରାଟେଜି। ଗୋ ପୂଜା, ମନ୍ଦିର ବିକାଶ ପରେ ଓବିସି ସର୍ଭେ ଉପରେ ଫୋକସ୍। ଜାତି-ଧର୍ମଭିତ୍ତିକ ରାଜନୀତିରେ ବିଜେଡି ପଶୁଥିବା ଚର୍ଚ୍ଚା ରାଜ୍ୟରେ ବିଜେପିକୁ ଚେକ୍ ଦେବାକୁ ବିଜେଡିର ନୂଆ ଚାଲ୍। ପୂର୍ବରୁ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ କାଉଣ୍ଟର କରିବାକୁ ଉଦ୍ୟମ। ଆଉ ଏବେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ପଛୁଆ ବର୍ଗଙ୍କୁ ପ୍ରଭାବିତ କରିବା ଲାଗି ନିଜସ୍ବ ସର୍ଭେ। ରାଜ୍ୟରେ OBCଙ୍କସଂଖ୍ୟା କେତେ, ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ଆସନ୍ତା ମେ ପହିଲାରୁ ହେବ ସର୍ଭେ।

Advertisment

ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗଙ୍କୁ ନେଇ ଏହି ସର୍ଭେ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ହେଉଛନ୍ତି ଓବିସି ଶ୍ରେଣୀର। ତେଣୁ ସେମାନଙ୍କୁ ହାତରେ ରଖି ପଛୁଆ ବର୍ଗ ଭୋଟ୍ ନେବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି। ସର୍ଭେ ସରିବା ପରେ OBCଙ୍କ ପାଇଁ କିଛି ସ୍ବତନ୍ତ୍ର ସ୍କିମ୍ ଆଣିବାର ସମ୍ଭାବନା ରହିଛି।

ସେପଟେ ବିଜେପି ବି ଚୁପ୍ ବସିନାହିଁ। ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଅବହେଳା କରିଥିବା ଅଭିଯୋଗ କରି ଗାଁ ଗାଁରେ ଲୋକଙ୍କୁ ସଚେତନ କରିବ। ଏଥିପାଇଁ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଆରମ୍ଭ କରିଛି ଦଳ। ବିଭିନ୍ନ ସ୍ଥାନରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା ସହ ସଭା ସମିତି କରି ଲୋକଙ୍କୁ ସଚେତନ କରାଯିବାର ଯୋଜନା ରହିଛି।  ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡରେ ସର୍ଭେ ହେବ, ଆଉ ଠିକ୍ ସେହି ସମୟରେ ବିଜେପି ଗାଁ ଗାଁରେ ସରକାର ବିରୋଧରେ ବାର୍ତ୍ତା ରଖିବ। 

Advertisment

ପଛୁଆ ବର୍ଗ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ଫର୍ମ ଭରିବାକୁ ପଡ଼ିବ। ସର୍ଭେ ସେଣ୍ଟରକୁ ଯାଇ କିମ୍ବା ଅନଲାଇନ୍ ଜରିଆରେ ଫର୍ମ ପୂରଣ କରି ହେବ। ସେପଟେ ଏହି ବ୍ୟବସ୍ଥା 
ପରିବର୍ତ୍ତେ  ଡୋର୍ ଟୁ ଡୋର୍ ସର୍ଭେ ପାଇଁ ଦାବି ହେଉଛି। ଅନ୍ୟପଟେ ପଛୁଆ ବର୍ଗ ସର୍ଭେ ପାଇଁ ଜିଲ୍ଲା ଓ ବ୍ଳକ୍ ସ୍ତରରେ ଟ୍ରେନିଂ ଶେଷ ହୋଇଛି। ମେ ମାସରେ ସର୍ଭେ କରାଯାଇ, ଜୁଲାଇ ମାସରେ ପୁରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରହିଛି। 

ରାଜ୍ୟରେ ଏବେ ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୬.୨୫ ଓ ଓବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ପଛୁଆ ବର୍ଗ ସର୍ଭେ ପରେ ସେମାନଙ୍କ ପାଇଁ ସଂରକ୍ଷଣ ବଢିବ କି, ତାକୁ ନେଇ ଚର୍ଚ୍ଚା ହେଉଛି।

Advertisment
Survey OBC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ