Advertisment

ଏବେ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି IT ରେଡ୍ ହେବ

ଭାରତରେ ଯେତେ ବଡ ସ୍କାମ ହୋଇଛି ସେଥିରେ କଂଗ୍ରେସର ହାତ ରହିଛି । ବର୍ତ୍ତମାନ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି ରେଡ୍ ହେବ-ଅପରାଜିତା ।

Aparajita Sarangi

Aparajita Sarangi

Advertisment

ଓଡ଼ିଶାରେ ଚାଲିଥିବା ଆଇଟି ରେଡରେ କୋଟି କୋଟି ଟଙ୍କା ଧରାପଡିବା ପରେ କଂଗ୍ରେସ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ଭାରତରେ ଯେତେ ବଡ଼ ସ୍କାମ ହୋଇଛି, ସେଥିରେ କଂଗ୍ରେସର ନେତାଙ୍କ ସଂପୃକ୍ତି ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ୍ ପାଣ୍ଡୋରା ବକ୍ସ ଖୋଲିଛି । ଆଗକୁ ଆହୁରି ଆଇଟି ରେଡ୍ ହେବ । ଆଉ ଏଥିରେ ଅନେକଙ୍କ ସଂପୃକ୍ତି ଦେଖିବାକୁ ମିଳିବ ବୋଲି ଅପରାଜିତା । ତେବେ ଅପରାଜିତାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment

ସେପଟେ ୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍। ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ। ଜବତ ହୋଇଥିବା ୨ ଶହ କୋଟିରୁ ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନକମ୍ 
ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ। ଟଙ୍କା ଗଣି ଗଣି ମଣିଷ ଥକି ଯାଇଥିବା ବେଳେ ବାରମ୍ବାର ମେସିନ୍ ବି ଖରାପ ହେଉଛି, ତଥାପି ଟଙ୍କା ସରୁନି। ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି। ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଗଣତି ବି ଜାରି ରହିଛି।

Advertisment

ସେହିପରି ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ଆୟକର ବିଭାଗ ଛାପା ମାରିଛି। ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ? କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏସବୁ ? ଆୟକର ଫାଙ୍କି ଏସବୁ ନଗଦ ଟଙ୍କା ରଖାଯାଇଥିଲା ନା ରାଜନୈତିକ କିମ୍ବା ବଡ଼ବଡ଼ିଆଙ୍କ ରହିଛି ଲିଙ୍କ୍ ? ଏଥିରେ ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ସ୍ପଷ୍ଟ ହେଉଥିବାରୁ ଏବେ ଜାତୀୟ ରାଜନୀତି ବି ସକ୍ରିୟ ହୋଇଛି। 

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ