Advertisment

ଏଣିକି ମେସିନ୍‌ରେ ରାସନ କାର୍ଡ ପୁରାଇଲେ ବାହାରିବ ଚାଉଳ

ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ । କୌଣସି କଟ୍‌ନୀଛଟ୍‌ନୀ କରାଯିବନି, କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

RICE ATM

RICE ATM

Advertisment

ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଏହି ଚାଉଳ ATM । ହିତାଧିକାରୀଙ୍କୁ କାର୍ଡ ଦିଆଯିବ, ସେମାନେ ଚାଉଳ ଉଠାଇବେ । ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ । ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ କରାଯିବ । ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌ ।  

Advertisment

ଅନ୍ୟପଟେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ ବୋଲି ଏନେଇ ପୁଣି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଇସ୍ତାହାରରେ କହିଛୁ ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ ଶହ ଦେବୁ ।  ଗତକାଲି କେନ୍ଦ୍ର ୨୩ ଶହ ଟଙ୍କା କଲା ପରେ, ଆମକୁ ସୁବିଧା ହୋଇଛି । ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବ । ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ । କୌଣସି କଟ୍‌ନୀଛଟ୍‌ନୀ କରାଯିବନି, କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ