Advertisment

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। ପଞ୍ଚାୟତ ଅଫିସରେ ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି। 

Advertisment

ଆସନ୍ତା ଫେବୃଆରୀ ୧୬ରୁ ରାଜ୍ୟରେ ମତଦାନ ଆରମ୍ଭ ହେବ। ମୋଟ୍‌ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୧୬, ୧୮, ୨୦, ୨୨, ଓ ୨୪ ତାରିଖରେ ମତଦାନ ହେବ। ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ। 

  • ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଏବଂ ସେହିଦିନ ଅର୍ଥାତ୍‌ ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
  •  ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର,  ୬, ୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ
  • ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ  
Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି କଡ଼ାକଡ଼ି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ହୋଡିଂ ଓ ବ୍ୟାନରକୁ ହଟା ଯାଉଥିବା ଦେଖିବାକୁ ମିଳିଛି। ଝାରସୁଗୁଡା ବ୍ଲକ ଅଫିସରେ ଲାଗିଥିବା ୧୨ଟି  ବଡ ହୋର୍ଡିଂକୁ ହଟାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ବିଭିନ୍ନ ସରକାରୀ ଯୋଜନାର ହୋର୍ଡିଂ ଲାଗିଥିଲା। ସେହିପରି କେନ୍ଦ୍ରାପ଼ଡା ସହରରେ ଥିବା ସରକାରୀ ହୋର୍ଡିଂ ସହ ରାଜନେତାଙ୍କ ବ୍ୟାନର ଓ ପୋଷ୍ଟରକୁ ମଧ୍ୟ ହଟା ଯାଇଛି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତିରୁ ଏହି ହୋର୍ଡିଂ ଓ ବ୍ୟାନର ହଟାଯାଇଛି।  

ଅନ୍ୟପକ୍ଷେ, ଏଥର ଭୁବନେଶ୍ୱର ମହାନଗରରେ ହୋଇପାରନ୍ତି ମହିଳା ମେୟର। ୩ ମହାନଗର ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ଚିଠା ତାଲିକା ପ୍ରକାଶ ପାଇଛି।  ଯେଉଁଥିରେ ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ଅଣସଂରକ୍ଷିତ ରହିଛି। ସେହିପରି ବ୍ରହ୍ମପୁର ମହାନଗର ନିଗମ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କାହାର କିଛି ଆପତ୍ତି କିମ୍ବା କୌଣସି ପରାମର୍ଶ ଥିଲେ ଆସନ୍ତା ୧୫ ଦିନ ମଧ୍ୟରେ ଜଣାଇପାରିବେ ବୋଲି ଦର୍ଶାଯାଇଛି। 

Advertisment
Odisha Panchayat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ