Advertisment

ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି, ‘ଆମେ କେନ୍ଦ୍ର ସହ ରାଜ୍ୟରେ ବି ଗଢ଼ିବୁ ସରକାର’

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।

undefined

Rajnath Singh

Advertisment

ଓଡ଼ିଶାରେ ବି ବନିବ ଡବଲ ଇଞ୍ଜିନ ସରକାର। ଆମେ କେନ୍ଦ୍ରରେ ତ ସରକାର ଗଢ଼ିବୁ, ଏଠି ବି ଗଢ଼ିବୁ ସରକାର। ଦିନିକିଆ ଓଡ଼ିଶା ଗସ୍ତରେ ଆସି, ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ସମାବେଶକୁ ସମ୍ବୋଧନ କରି, NDAକୁ ୪ ଶହ ପାର୍ କରାଇବା ପାଇଁ ଦିନକୁ ୧୨ ଘଣ୍ଟା ପରିଶ୍ରମ କରିବାକୁ ବିଜେପି ସଂକଳ୍ପ ସମାବେଶରେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ରାଜନାଥ।

Advertisment

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଛନ୍ତି, ଆଗାମୀ ନିର୍ବାଚନରେ କେନ୍ଦ୍ରରେ ତ ଆମ ସରକାର ହେବ, ଓଡ଼ିଶାରେ ବି ବିଜେପି କ୍ଷମତାକୁ ଆସିବ। ୨୪ ନିର୍ବାଚନରେ ଏନଡିଏକୁ ୪ ଶହ ପାର୍ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରଖିଛନ୍ତି। ଏହାକୁ ପୂରଣ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦିନକୁ ୧୨ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଜନାଥ। ଗରିବ କଲ୍ୟାଣ, ଅର୍ଥନୀତି ଓ ପ୍ରତିରକ୍ଷାଠାରୁ ଆରମ୍ଭ କରି ଚନ୍ଦ୍ରଯାନ, ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ଏବଂ ତିନ ତଲାକ୍ ବିଲ୍ କଥା ଉଠାଇଛନ୍ତି ରାଜନାଥ । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ୟୁପିଏର ୧୦ ବର୍ଷ ବନାମ୍ ମୋଦିଙ୍କ ୯ ବର୍ଷର ହିସାବ ରଖିଛନ୍ତି। କହିଛନ୍ତି, ଓଡ଼ିଶାରେ ଆମ ସରକାର ନଥିଲେ ମଧ୍ୟ, କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ଭାରତ ସରକାର। କହିଛନ୍ତି ବିଜେପି ଭାରତବର୍ଷର ଏମିତି ଗୋଟିଏ ମାତ୍ର ପାର୍ଟି, ଯିଏକି ଯାହା କହେ, ସେୟା କରେ । ଆମେ ପ୍ରକଳ୍ପ ଶିଳାନ୍ୟାସ କରୁ, ଆଉ ତା’ର ଉଦଘାଟନ ବି। କେବଳ ତୃତୀୟ ଥର ନୁହେଁ, ଚତୁର୍ଥ ଥର ମଧ୍ୟ ମୋଦି ସରକାର ଗଢ଼ିବେ ବୋଲି ବାରିପଦାରେ ଜୋର୍ ଦେଇ କହିଛନ୍ତି ରାଜନାଥ ।

ଛତିଶଗଡ଼ ବସ୍ତରରୁ ଆକାଶ ମାର୍ଗରେ ଆସି ପ୍ରଥମେ ନବରଙ୍ଗପୁରର ଠାରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ଓ ଏହା ଅଧିନରେ ଆସୁଥିବା ୨୮ଟି ବିଧାନସଭା କ୍ଷେତ୍ରର ସମୀକ୍ଷା ସଭାରେ ଅଭିଭାଷଣ ରଖିଥିଲେ ରାଜନାଥ। ଏହାପରେ ବ୍ରହ୍ମପୁରର ଆମ୍ବପୁଆ ଏବଂ ଅପରାହ୍ଣରେ ବାରିପଦାରେ ବିଜେପି ସଂକଳ୍ପ ସମାବେଶକୁ ସମ୍ବୋଧନ କରିଥିଲେ। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ସ୍ଥାନୀୟ ନେତା ଯୋଗ ଦେଇଥିଲେ। ସେପଟେ ରାଜନାଥଙ୍କ ଡବଲ୍ ଇଞ୍ଜିନ୍ ସରକାର ଦମ୍ଭୋକ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ ।

Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବିଜେପିର ବହୁ ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱଙ୍କ
ଘନଘନ ଓଡ଼ିଶା ଗସ୍ତ ଓଡ଼ିଶା ରାଜନୈତିକ ପାଣିପାଗରେ କିଭଳି ପରିବର୍ତ୍ତନ ଆଣୁଛି, ତା ଉପରେ ନଜର।

Narendra Modi BJP Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ