Advertisment

କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ।

ଅଦ୍ୟତନ ହୋଇଛି
Not Working e-Despatch System

Not working e-Despatch system

Advertisment

କାମ କରୁନି ରାଜ୍ୟ ସରକାରଙ୍କ ଇ-ଡେସ୍‌ପାଚ୍ ବ୍ୟବସ୍ଥା। ଲୋକସେବା ଭବନରେ ଏବେବି ପୁରୁଣା ପଦ୍ଧତିରେ ଅଫ୍‌ଲାଇନ୍‌ରେ ଚାଲିଛି ଫାଇଲ୍ କାମ। ହାତ ଗଣତି କେବଳ ୩-୪ ଟି ବିଭାଗ ଅନ୍‌ଲାଇନ୍‌ରେ ଫାଇଲ୍ ଓ ଚିଠି ପଠାଉଥିବା ବେଳେ ଅଧିକାଂଶ ବିଭାଗ କିନ୍ତୁ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।

Advertisment

ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ, ଖୋଦ୍ ଆଇଟି ବିଭାଗରେ ୪ ବର୍ଷ ହେଲାଣି କାମ କରୁନି ଇ-ଡେସପାଚ୍ ବ୍ୟବସ୍ଥା। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସବୁ ବିଭାଗକୁ ଏନେଇ ସଚେତନ କରାଯିବ।

ଇ-ଶାସନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ବର୍ଷ ତଳେ ଆରମ୍ଭ କରିଥିଲେ ଉଦ୍ୟମ। ଉଦ୍ଦେଶ୍ୟ ଥିଲା, ସଚିବାଳୟ, ଜିଲ୍ଲା ଓ ବ୍ଳକ୍‌ସ୍ତରରେ ସମସ୍ତ ଅଫିସ୍‌ରେ ହାତରେ ଫାଇଲ୍ ନେବା ଆଣିବା ବନ୍ଦ କରିବା ଏବଂ ସମସ୍ତ ବିଭାଗୀୟ ଫାଇଲ ଓ ଚିଠିପତ୍ରକୁ ଅନ୍‌ଲାଇନ୍‌ରେ ପଠାଇବା। ଏଥିପାଇଁ ଆରମ୍ଭ ହୋଇଥିଲା ଅନ୍‌ଲାଇନ୍ ବ୍ୟବସ୍ଥା ଇ-ଡେସପାଚ୍।

Advertisment

ଓଡ଼ିଶା ସେକ୍ରେଟାରିଏଟ୍ ଓ୍ୱାର୍କଫ୍ଳୋ ଅଟୋମେସନ୍ ସିଷ୍ଟମ୍ ବା OSWAS ଜରିଆରେ ଲୋକସେବା ଭବନର ଫାଇଲ୍ ଓ ଚିଠିପତ୍ର ଅନ୍‌ଲାଇନ୍‌ରେ ପଠାଇବା ବ୍ୟବସ୍ଥା କରାଗଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଥିବା ଅଫିସ୍‌ଗୁଡ଼ିକୁ ରାଜ୍ୟବ୍ୟାପୀ ଅଞ୍ଚଳ ନେଟ୍‌ୱର୍କ ବା SWANରେ ଯୋଡ଼ାଯାଇଥିଲା।

ଅଧିକ ପଢ଼ନ୍ତୁ: ସୂଚନା ପ୍ରଯୁକ୍ତିର ଯୁବଶକ୍ତି

ହେଲେ ଦେଖାଯାଇଛି ଯେ, ଗତ ୪ ବର୍ଷ ହେଲା ଇ-ଡେସ୍‌ପାଚ୍‌ରେ ଅଧିକାଂଶ ବିଭାଗ ଆଉ ଚିଠି ପଠାଉ ନାହାନ୍ତି। ପ୍ରଶାସନ, କୃଷି, ସୂଚନା ଓ ଲୋକସଂପର୍କ ଭଳି କିଛି ବିଭାଗରେ କାମ କରୁନି ଇ-ଡେସ୍‌ପାଚ୍। ଖୋଦ୍ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବି ଚିଠି ପଠାଉ ନାହାନ୍ତି ଅନ୍‌ଲାଇନ୍‌ରେ। ଫଳରେ ସରକାରୀ ବିଭାଗରେ ସ୍ୱଚ୍ଛତା ରହିଛି କି ନାହିଁ, ଏବେ ଆଉ ତାକୁ କେହି ଦେଖିବାର କି ଜାଣିବାର ସୁଯୋଗ ନାହିଁ।

Advertisment

ରାଜ୍ୟରେ ଇ-ଶାସନ ପ୍ରଚଳନରେ ଆଇଟି ବିଭାଗ ଓ ଏହାର ରାଜ୍ୟ ନୋଡାଲ୍‌ ଏଜେନ୍ସି - ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର-ଓକାକ୍‌ର ପ୍ରମୁଖ ଭୂମିକା ରହିଛି। ଭବନର ଓସ୍ୱାସ୍‌ ଓ ରାଜ୍ୟରେ ଚାଲୁଥିବା ସ୍ୱାନର ତଦାରଖ ଦାୟିତ୍ୱ ରହିଛି ଆଇଟି ବିଭାଗ ଓ ଓକାକ୍ ହାତରେ। ହେଲେ ଆଶ୍ଚର୍ଯ୍ୟର କଥା ଏହି ଦୁଇ ସଂସ୍ଥାର ଶୀର୍ଷ ଅଧିକାରୀ ଗତ ୪ ବର୍ଷରେ ଗୋଟିଏ ବି ଚିଠି ଅନ୍‌ଲାଇନ୍ ମାଧ୍ୟମରେ ପଠାଇ ନାହାନ୍ତି।

ଇ-ଡେସ୍‌ପାଚ୍ ବ୍ୟବସ୍ଥା ନଚାଲୁ, ହେଲେ ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି ଦେଉଛନ୍ତି ସରକାର। ପୂର୍ବରୁ ତିନି ବର୍ଷ ଧରି ଆଇଟି ବିଭାଗର ସଚିବ ଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ନିକଟରେ ଠିକାରେ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ଦେଇଛନ୍ତି। ଏନେଇ ଆମେ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ

(ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋଙ୍କ ରିପୋର୍ଟ)

Odisha Government OCAC Information Technology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ