Advertisment

5T ସଚିବଙ୍କୁ ଅଣ୍ଡାମାଡ଼ ପରେ ବୌଦ୍ଧରେ ମିଳୁନି ଅଣ୍ଡା

ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି।

ଅଦ୍ୟତନ ହୋଇଛି
No egg in Boudh after egg attack on 5T Secretary

No egg in Boudh after egg attack on 5T Secretary

Advertisment

ଦୋକାନ ଦୋକାନ ବୁଲି ବିକ୍ରି ନିଷିଦ୍ଧ କରୁଛନ୍ତି ଅଧିକାରୀ। ଗତକାଲି ସୋନପୁର ଜିଲ୍ଲା ଗ୍ରସ୍ତରେ ଯାଇଥିବା 5ଟି ସଚିବଙ୍କୁ ଅଣ୍ଡାମାଡ଼ ହେବାପରେ ଏହାର ପ୍ରତିକୂଳ ପ୍ରଭାବ ବୌଦ୍ଧ ଜିଲ୍ଲାରେ ପରିଲକ୍ଷିତ ହୋଇଛି। ଅଣ୍ଡାର ଅସତ ବିନିଯୋଗ କରୁଥିବା ଏହି ତତ୍ତ୍ୱମାନଙ୍କ ଅକଲ ଗୁଡୁମ କରିବାକୁ ଅଭିନବ ଉପାୟ ଅବଲମ୍ବନ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ।

Advertisment

ବୁଧବାର ବୌଦ୍ଧ ଜିଲ୍ଲା ଗସ୍ତବେଳେ କାଳେ ପୁନର୍ବାର ସେଭଳି ଅଣ୍ଡାମାଡ଼ ହେବା ଆଶଙ୍କା କରି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ। ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର କର୍ମଚାରୀ ମାନେ ବୌଦ୍ଧ ସହର ସମସ୍ତ ଦୋକାନ ବଜାର ବୁଲିବୁଲି ଦୋକାନୀ ମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ରାତିଯାଏ ଅଣ୍ଡା ବିକ୍ରି କରିବାକୁ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି।

କେବଳ ସେତିକି ନୁହଁ ସମ୍ପୃକ୍ତ ଦୋକାନରେ କେତୋଟି ଅଣ୍ଡା ଅଛି ତାକୁ ଭଲଭାବେ ଗଣତି କରାଯାଇ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବ୍ୟବସାୟୀ ଏହି ଅଘୋଷିତ ନୀତିନିୟମର ଉଲଂଘନ କରି ବିକ୍ରି କରନ୍ତି ତା ହେଲେ ତାଙ୍କ ଦୋକାନକୁ ସବୁଦିନ ପାଇଁ ସିଲ କରି ଦିଆଯିବ ବୋଲି କୁଆଡେ କଡା ଚେତାବନୀ ଦେଉଥିବା ଅଭିଯୋଗ ହେଉଛି।

Advertisment

ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି।ଏଭଳି ଅବସ୍ଥା ଦେଖି ଲୋକେ ଆମେ ଠାକୁରଙ୍କ ପାଇଁ ଦିନବାର ଦେଖି ଆମିଷ ଖାଉନଥିଲୁ ଶେଷରେ ଏବେ ସଚିବଙ୍କ ପାଇଁ ବି ନିରାମିଷ ଭୋଜନ କରିବାକୁ ପଡୁଛି ବୋଲି କୁହାକୁହି ହେଉଥିବା ଶୁଣିବାକୁ ମିଳିଛି।

VK Pandian Egg Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ