‘ଯାହାର ଯିବାର ଅଛି ବିଜେପି ପଳାନ୍ତୁ’
ଭୁବନେଶ୍ୱରରେ ପହଞ୍ଚି ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ସେ ବିଜେପିକୁ ପଳାନ୍ତୁ । ସସ୍ମିତ ପାତ୍ର କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ବାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ମୁଁ ସିଧାଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି ବୋଲି ମୁନ୍ନା ଖାନ୍ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବିସ୍ଫୋରକ ବୟାନ, କହିଲେ ମାଲିକ ଦୂର କରନ୍ତୁ ଦ୍ୱନ୍ଦ୍ୱ
ସେହିପରି ସେ ଆହୁରି କହିଛନ୍ତି, ବିଜେଡି ସଂସଦୀୟ ବୋର୍ଡ ବୈଠକରେ ବିଲ୍କୁ ବିରୋଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ୱକ୍ଫ ବିଲ୍ ବିରୋଧରେ ଭୋଟ୍ ଦେବା ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ଏମିତି କି ଇଫତାର ପାର୍ଟିରେ ବି ନବୀନ ବାବୁ ୱକ୍ଫ ବିଲ୍ ବିରୋଧରେ ଭୋଟ୍ ଦେବାକୁ କହିଥିଲେ । ଆଉ ଯେତେବେଳେ ରାଜ୍ୟସଭାରେ ଏହି ବିଲ୍ ଆସିଥିଲା, ମୁଁ ମଧ୍ୟ ଏହାକୁ ବିରୋଧ କରିଥିଲି । କିନ୍ତୁ ହଠାତ୍ ସନ୍ଧ୍ୟାରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଟ୍ୱିଟ୍ କରି ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ । ତେବେ ସସ୍ମିତ କାହିଁକି ଟ୍ୱିଟ୍ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି । ଏହି ଟ୍ୱିଟ୍ ପରେ ମୁଁ ତାଙ୍କୁ ଫୋନ୍ କରି ପଚାରିବାକୁ ଚାହିଁଛି ହେଲେ ସେ ଫୋନ୍ ଉଠାଇ ନଥିଲେ ବୋଲି ମୁନ୍ନା ଖାନ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି କି, ସସ୍ମିତ ପାତ୍ରଙ୍କ ଏହି କାର୍ଯ୍ୟ ସଂଖ୍ୟାଲଘୁ ଭାଇମାନଙ୍କୁ କଷ୍ଟ ଦେଇଛି । ବିଜେଡି ଧର୍ମନିରପେକ୍ଷ ଦଳ, ସଂଖ୍ୟାଲଘୁଙ୍କ ସହ ଦଳ ରହିଛି ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744013736.jpg)