Advertisment

ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।

undefined

BJD

Advertisment

ବିଜେଡିକୁ ଘାରିଲା ଅନାସ୍ଥା ଭୟ । ପୌର ଅଧ୍ୟକ୍ଷଙ୍କୁ ଭେଟିଲେ ନବୀନ । ଦଳର ଦଖଲରେ ଥିବା ପୌର ସିଟ୍‌ଗୁଡିକ ଯେପରି ହାତରୁ ନଖସେ ସେଥିପାଇଁ ବିଜେଡିର କସରତ । ସତ୍ତାରୁ ଯିବା ପରେ ଏବେ ବିଜେଡି ନେତା ବିଜେପି ମୁହାଁ । ଯେଉଁଥିପାଇଁ ବିଜେଡି ସୁପ୍ରିମୋଙ୍କ ଚିନ୍ତା ବଢିଯାଇଛି । ଆଉ ସେଥିଲାଗି ପୌର ପ୍ରତିନିଧିଙ୍କୁ ଏକାଠି ରଖିବାକୁ ଘନ ଘନ ବୈଠକ କରୁଛି ଦଳ । କେନ୍ଦୁଝର, ପାରାଦ୍ବୀପ, ଖଣ୍ଡପଡ଼ା, ଜୁନାଗଡ଼ ଓ ନୀଳଗିରିରେ ବି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁଠି ବିଜେଡି ତ ଆଉ କେଉଁଠି ବିଜେପି ଏଭଳି ରଣନୀତି ଆପଣାଇଛି ।

Advertisment

ନିର୍ବାଚନ ହାରିବା ପରେ ବିଜେଡି ପ୍ରଥମେ ଏହି ପଲିସି ଆପଣାଇ ଫୁଲବାଣୀ ଏନ୍ଏସିରେ ସଫଳତା ପାଇଛି। ପରେ ପରେ ଜୁନାଗଡ଼ରେ ବି ଦଳ ଅନାସ୍ଥା ଫଣ୍ଡା ଆପଣାଇ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଇନଗତ ଲଢେଇ ପାଇଁ ଏଠି ବିଜେଡି ରଣନୀତିରେ ବ୍ରେକ୍ ଲାଗିଛି। ସେପଟେ କେନ୍ଦୁଝରରେ ଯେହେତୁ ପଞ୍ଚାୟତ ପ୍ରତନିଧି ବିଜେପିରେ ସାମିଲ୍ ହୋଇସାରିଛନ୍ତି ସେଥିଲାଗି ପୌର ପ୍ରତିନିଧି ମଧ୍ୟ ବିଜେପିକୁ ଆସି ଗଣିତ ବିଗାଡିପାରନ୍ତି। ଖଣ୍ଡପଡ଼ା ଓ ନୀଳଗିରିରେ ଶାସକ ବିଜେପି ଅନାସ୍ଥା ପାଇଁ ପ୍ରସ୍ତୁତି କରୁଥିବା ନେଇ ଚର୍ଚ୍ଚା ହେଉଛି ।

ରାଜ୍ୟରେ ମୋଟ୍ ୧୦୬ ଟି ବିଜ୍ଞାପିତ ପରିଷଦ ଅଞ୍ଚଳ ବା ଏନ୍ଏସି ଓ ପୌର ପରିଷଦ ରହିଛି । ଯେଉଁଥିରୁ ୧୬ଟିରେ ବିଜେପି, ୭ଟିରେ କଂଗ୍ରେସ ଓ ୯ଟିରେ ସ୍ବାଧୀନ ଅଧ୍ୟକ୍ଷ ରହିଛନ୍ତି । ବାକି ୭୪ଟିରେ ବିଜେଡିର ଅଧ୍ୟକ୍ଷ ଅଛନ୍ତି । ଏଭଳି ସ୍ଥଳେ ବିଜେଡି ଓ ବିଜେପି ଭିତରେ ଆରମ୍ଭ ହୋଇଛି ଟଣା ଓଟରା । ସରକାରୀ ଦଳ ଆଡକୁ ପଞ୍ଚାୟତ ଓ ପୌର ପ୍ରତିନିଧି ଢଳୁଥିବା ଦେଖି ବିଜେଡି ଆଗୁଆ କ୍ଷେତ୍ର ରକ୍ଷଣ କରିଛି ।

Advertisment

ତେବେ ଦଳର କହିବା କଥା ସଂଗଠନ ମଜବୁତ ପାଇଁ ନବୀନ ଗତକାଲି ପୌର ପ୍ରତିନିଧିଙ୍କୁ ଭେଟିଥିଲେ । ଆଉ ଅନାସ୍ଥା ଏକ ସ୍ବାଭାବିକ ପ୍ରକ୍ରିୟା । ରାଜନୈତିକ ସମୀକ୍ଷକ କହିଛନ୍ତି ଅଧିକ ସମର୍ଥନ ପାଇଁ ଅନାସ୍ଥାକୁ ଅସ୍ତ୍ର କରାଯାଉଛି । ପୌର ପରିଷଦ ଦଖଲ ପାଇଁ ବଳ କଷାକଷି ଭିତରେ ଆଗକୁ ରୋଚକ ଚିତ୍ର ଦେଖିବାକୁ ମିଳିପାରେ।

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ